ବାହାଘରରେ କାହିଁକି ଲଗାଯାଏ ହଳଦୀ ? ଆସନ୍ତୁ ଜାଣିବା 

ବିବାହରେ ହଳଦୀ ଉତ୍ସବ କାହିଁକି ହୋଇଥାଏ? କେବଳ ବିବାହରେ ନୁହେଁ ବରଂ ଦୈନନ୍ଦିନ ଜୀବନରେ ମଧ୍ୟ ହଳଦୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ କାରଣ ଏହା ସ୍ବାସ୍ଥ୍ୟ ସହ ଜଡ଼ିତ ହୋଇଥାଏ। କିନ୍ତୁ ବିବାହ ଉତ୍ସବରେ ହଳଦୀର ଖାସ୍ ଭୂମିକା ରହିଥାଏ। ଏପରି କୁହାଯାଇଥାଏ ଯେ ହଳଦୀ ସଂରକ୍ଷଣର ପ୍ରତୀକ ହୋଇଥାଏ,ଏଥିପାଇଁ ବିବାହ ଉତ୍ସବରେ ଏହାର ଉପଯୋଗ କରିବା ଜରୁରୀ ହୋଇଥାଏ। ଆସନ୍ତୁ ଜାଣିବା ଏହା ପଛର ରହସ୍ୟ ବିଷୟରେ

ବିଶେଷଜ୍ଞଙ୍କ କହିବା ଅନୁସାରେ,ହଳଦୀକୁ ଶରୀର ପାଇଁ ଏକ ଚମତ୍କାର କ୍ଲିନଜର ବୋଲି କୁହାଯାଏ। ଏହା ନୂଆବୋହୂକୁ ନୂତନ ମାର୍ଗ ଦେଖାଇବାରେ ଏବଂ ବୈବାହିକ ଜୀବନରେ ସ୍ବାଗତ କରିବାର ସଙ୍କେତ ଦେଇଥାଏ। ହଳଦୀ ଲଗାଇବାକୁ ଶୁଭ ବୋଲି କୁହାଯାଇଥାଏ।

– ହଳଦୀକୁ ନୂଆ ଦମ୍ପତ୍ତି ଏବଂ ସୁସ୍ଥ ବୈବାହିକ ଜୀବନ ପାଇଁ ଆଶୀର୍ବାଦର ପ୍ରତୀକ ବୋଲି କୁହାଯାଇଥାଏ। ଭାରତୀୟ ସଂସ୍କୃତି ଅନୁସାରେ, ଘରର ସମସ୍ତ ବିବାହିତା ମହିଳାମାନେ ବର ଏବଂ କନ୍ୟାଙ୍କୁ ହଳଦୀ ଲଗାଇଥାଆନ୍ତି। ଏହା ତାଙ୍କୁ ସୁସ୍ଥ ଏବଂ ଦୀର୍ଘାୟୁ ଜୀବନର ଆଶୀର୍ବାଦ ଦେବାର ପ୍ରତୀକ ବୋଲି ଧରାଯାଇଥାଏ।

– ହଳଦୀ ତ୍ବଚାରେ ଚମକପଣ ଆଣିଥାଏ। ବର-କନ୍ୟାଙ୍କ ତ୍ବଚାରେ ଚମକ ଆଣିବା ପାଇଁ ହଳଦୀର ଉପଯୋଗ କରାଯାଇଥାଏ। ହଳଦୀ ତ୍ବଚାରୁ ମୃତ କୋଶିକାକୁ ହଟାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

– ବିଶେଷଜ୍ଞଙ୍କ ଅନୁସାରେ, ହଳଦୀକୁ ପବିତ୍ର ବୈବାହିକ ଜୀବନରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଶରୀରକୁ ଶୁଦ୍ଧ କରିବା ପାଇଁ ଜଣାଯାଇଥାଏ। ଏହା ବ୍ୟତୀତ ଏହା ଏକ ନୂଆ ଜୀବନର ଶୁଭାରମ୍ଭର ସଙ୍କେତ ଦେଇଥାଏ।

– ଏହା ମଧ୍ୟ ବିଶ୍ବାସ ରହିଛି ଯେ ହଳଦୀ ଉପଯୋଗ କରିବା ଦ୍ବାରା ବିବାହ ପୂର୍ବରୁ ଝଗଡ଼ାକୁ ରୋକିବାରେ ସାହାଯ୍ୟ କରିଥାଏ। ହଳଦୀରେ ଏକ ସକ୍ରିୟ ଯୌଗିକ ଥାଏ ଯାହା କର୍କ୍ୟୁମିନ୍ ନାମରେ ଜଣାଯାଇଥାଏ। ଏହା ମୁଣ୍ଡବ୍ୟଥା ଏବଂ ଚିନ୍ତା ପାଇଁ ଏକ ପ୍ରାକୃତିକ ଉପଚାର ଭାବେ କାମରେ ଆସିଥାଏ।

– କୁହାଯାଇଥାଏ ଯେ ହଳଦୀର ଉପଯୋଗ ବର ଏବଂ କନ୍ୟାଙ୍କୁ ଯେକୈାଣସି ଖରାପ ଯୋଗରୁ ରକ୍ଷା କରିବ, ଯାହା ସେମାନଙ୍କ ବଡ଼ ଦିନ ଆସିବା ପୂର୍ବରୁ ଆସିପାରେ। ବର ଏବଂ କନ୍ୟାଙ୍କୁ ତାଙ୍କ ହଳଦୀ ଏବଂ ମେହେନ୍ଦି ଉତ୍ସବ ପରେ ବାହାରକୁ ଛଡ଼ାଯାଇନଥାଏ।

SBI_Festive_Digital Billboard