ହିରୋ Passion XTec ବାଇକ୍ ଲଞ୍ଚ : ଚାର୍ଜିଂ ସହ ରହିଛି ଏହିସବୁ ସୁବିଧା

ନୂଆଦିଲ୍ଲୀ,୨୫/୬ : ଦେଶର ସବୁଠାରୁ ବଡ଼ ମଟରସାଇକେଲ ନିର୍ମାତା କମ୍ପାନୀ ହିରୋ ମୋଟୋ କର୍ପ ନିଜର ନୂଆ Passion XTec ବାଇକକୁ ଭାରତୀୟ ବଜାରରେ ଲଞ୍ଚ କରିଛି। ମଟରସାଇକେଲ୍‌ର ଦୁଇଟି ଭ୍ୟାରିଏଣ୍ଟ ଡ୍ରମ ଓ ଡିସ୍କ ବ୍ରେକ ସହ ଲଞ୍ଚ କରାଯାଇଛି। ଆଜିର ଯୁବପିଢ଼ିଙ୍କ ପସନ୍ଦକୁ ଦେଖି ବାଇକ୍‌କୁ ତିଆରି କରାଯାଇଛି ବୋଲି କମ୍ପାନୀ କହିଛି।

ହିରୋର Passion XTec ବାଇକ ଶୋ ରୁମ୍‌ରେ ପହଞ୍ଚିସାରିଥିବା ବେଳେ କମ୍ପାନୀ ବାଇକ ଉପରେ ୫ ବର୍ଷର ୱାରେଣ୍ଟି ଦିଆଯାଇଛି। ଏହାର ମୂଲ୍ୟ ଯଥାକ୍ରମେ ୭୪,୫୯୦ ଓ ୭୮,୯୯୦ ରଖାଯାଇଛି। ଯାହା ଗ୍ରାହକଙ୍କୁ ସୁହାଇବ ବୋଲି କୁହାଯାଉଛି।

ଏବେ Passion XTecର ବିଶେଷତ୍ୱ ଜାଣନ୍ତୁ : Passion XTecବାଇକ୍‌ରେ ଷ୍ଟାଇଲ୍ ସାଙ୍ଗକୁ ଯୁଗଉପଯୋଗୀ ଫିଚର ଦିଆଯାଇଛି। ଯେଉଁଥିରେ ପ୍ରୋଜେକ୍ଟର ଏଲ୍‌ଇଡି ହ୍ୟାଣ୍ଡଲ୍ୟାମ୍ପ,ବ୍ଲୁଟୁଥ୍ କନେକ୍ଟିଭିଟି ସହ ଡିଜିଟାଲ ଇନ୍‌ଷ୍ଟ୍ରୁମେଣ୍ଟ କ୍ଲଷ୍ଟର,ଏସ୍‌ଏମ୍‌ଏସ୍‌ ଓ କଲ୍‌ ଆଲର୍ଟ,ଗୋଟିଏ ରିୟଲ ଟାଇମ୍‌ ମାଇଲେଜ୍ ଇଣ୍ଡିକେଟର ସହ ଗୋଟିଏ ଲୋ ଫ୍ୟୁଲ ଇଣ୍ଡିକେଟର ସାମିଲ ରହିଛି।

Passion XTec ବାଇକ୍‌ରେ ୧୧୦ ସିସି ବିଏସ୍‌-୬ ମାନକ ଇଞ୍ଜିନ ଦିଆଯାଇଛି। ଯାହା ହାଇ ପରଫର୍ମାନ୍ସ ରାଇଡ୍‌ ପାଇଁ ୭୫୦୦ rpmରେ 9 bhp ପାୱାର ଆଉଟପୁଟ ଓ 5000 rpmରେ 9.79 Nm ପିକ୍ ଟର୍କ ଜେନେରେଟ କରିଥାଏ। ସେହିଭଳି ଭଲ ମାଇଲେଜ୍ ପାଇଁ ଏଥିରେ ପେଟେଣ୍ଟ I3S ଟେକ୍ନୋଲୋଜୀ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଦିଆଯାଇଛି ।