୩ ବିଦେଶୀ ନାଗରିକଙ୍କ ଠାରୁ ୧୧୩ କୋଟି ଟଙ୍କାର ହେରୋଇନ ଜବତ

କୋଲକାତା,୩/୪ : କୋଲକାତା ବିମାନ ବନ୍ଦରରେ ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ (DRI) ଦୁଇଜଣ ମହିଳାଙ୍କ ସହ ତିନିଜଣ ଆଫ୍ରିକୀୟ ଯାତ୍ରୀଙ୍କ ଠାରୁ ୧୧୩ କୋଟି ଟଙ୍କାର ହୋରୋଇନ ଜବତ କରିଛି। ଜବତ ହେଇଥିବା ହେରୋଇନର ଓଜନ ୧୬.୧୫ କିଗ୍ରା ବୋଲି ଜଣାପଡ଼ିଛି। ଜଣେ ବରିଷ୍ଠ ଅଧିକାରୀ ଶନିବାର ଦିନ ଏହି ସୂଚନା ଦେଇଛନ୍ତି । ଡିଆରଆଇ ଏକ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନିଆର ଜଣେ ପୁରୁଷ ଓ ମହିଳା, ଏବଂ ମଲାୱିର ଜଣେ ମହିଳା ଯାତ୍ରୀଙ୍କୁ ବିମାନ ବନ୍ଦରରେ ଯାଞ୍ଚ ପାଇଁ ଅଟକାଇ ଥିଲେ।