ଦିଲ୍ଲୀରୁ ୨୫୦୦ କୋଟି ଟଙ୍କାର ହେରୋଇନ୍‌ ଜବତ

ନୂଆଦିଲ୍ଲୀ, ୧୦/୭: ଦିଲ୍ଲୀ ପୋଲିସର ସ୍ପେଶାଲ ସ୍କ୍ବାଡ ଡ୍ରଗ୍ସ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ଡ୍ରଗ୍ସ ସହ ୪ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସ୍ପୋଶାଲ ସେଲ୍‌ ଶନିବାର ୩୫୦ କେଜିରୁ ଅଧିକ ହେରୋଇନ୍‌ ସହ ୪ ଜଣଙ୍କୁ ଗିରଫ କରିଛି।

ଜବତ ହୋଇଥିବା ହେରୋଇନ୍‌ର ଆନୁମାନିକ ମୂଲ୍ୟ ୨୫୦୦ କୋଟି ଟଙ୍କ ହେବ। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ହରିୟାଣାରୁ ଏବଂ ଜଣକୁ ଦିଲ୍ଲୀରୁ ଗିରଫ କରାଯାଇଛି। ଅନ୍ୟପଟେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ରାଜଧାନୀରୁ ଦୁଇ ଭିନ୍ନ ଗୁଳିକାଣ୍ଡ ମାମଲାରେ ୪ ଅପରାଧୀଙ୍କୁ କାବୁ କରିଛି।

ଦୁଇଟି ମାମଲା ଦିଲ୍ଲୀର ରୋହିଣୀ ଏବଂ ଦ୍ବାରକାରେ ଶୁକ୍ରବାର ହୋଇଥିଲା। ଅଭିଯୁକ୍ତ ୟଶପାଲ ଏବଂ ବିକାଶକୁ ଘଟଣା ପରେ ପରେ ରାତି ୯ଟାରେ ରୋହିଣୀରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ମାମଲାରେ ଅବଦୁଲ ବହାବ ଏବଂ ଫରମାନକୁ ଗିରଫ କରିଛି ପୋଲିସ। ଗୁଳିକାଣ୍ଡ ମାମାଲାରେ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଛି। ଏ ସମସ୍ତ ଅପରାଧୀ ଅସ୍ତ୍ରଶସ୍ତ୍ର ମଧ୍ୟ ଚୋରାଚାଲାଣ କରୁଥିଲେ। ସେମାନଙ୍କ ପାଖରୁ ୬୦ଟି ପିସ୍ତଲ ମଧ୍ୟ ଜବତ କରିଛି ସ୍ପେଶାଲ୍‌ ସେଲ୍‌।