ଦିଲ୍ଲୀ ଏୟାରପୋର୍ଟରୁ ୧୦ କୋଟି ଟଙ୍କାର ହେରୋଇନ୍‌ ଜବତ, ଦୁଇ ଆଫଗାନୀ ଗିରଫ

ନୂଆଦିଲ୍ଲୀ, ୧୫/୧୦ : ଦିଲ୍ଲୀର ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇ ଆଫଗାନିସ୍ତାନ ନାଗରିକଙ୍କଠାରୁ କଷ୍ଟମ ଅଧିକାରୀମାନେ ୧୦ କୋଟି ଟଙ୍କା ମୂଲ୍ୟର ହିରୋଇନ ଜବତ କରିଛନ୍ତି। ଆଜି ଆଫଗାନିସ୍ତାନର ଦୁଇ ନାଗରିକ କାବୁଲରୁ ଆସିବା ପରେ ସେମାନଙ୍କୁ ଅଟକାଇ ଦିଆଯାଇଥିଲା। ସେମାନଙ୍କୁ ଦେଖି ସନ୍ଦେହ ହେବାରୁ ସେମାନଙ୍କ ଲଗେଜ୍‌ ଯାଞ୍ଜ କରାଯାଇଥିଲା। ଯାଞ୍ଚ ସମୟରେ ସେମାନଙ୍କ ପାଖରୁ ୪.୭୯ କିଲୋଗ୍ରାମ୍‌ର ହେରୋଇନ୍‌ ଜବତ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ହେବ ବୋଲି ଜଣେ କଷ୍ଟମ ଅଧିକାରୀ କହିଛନ୍ତି।

ଆଶ୍ଚର୍ଯ୍ୟର କଥା ଦୁଇ ଅଭିଯୁକ୍ତ ନିଜ ଜ୍ୟାକେଟରେ ହେରାଇନ୍‌ ଲୁଚାଇ ଆଣିଥିଲେ। ଯାଞ୍ଚ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପରେ ତଦନ୍ତ ଜାରି ରହିବ ବୋଲି ଜଣାପଡ଼ିଛି।