ନୂଆଦିଲ୍ଲୀ: ଫାର୍ମାସ୍ୟୁଟିକାଲ୍ କମ୍ପାନୀ ହେଟେରୋ ସୋମବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରି-କ୍ୱାଲିଫାଏଡ୍ ମେଡିସିନ୍ ପ୍ରୋଗ୍ରାମ୍ (WHO PQ) ଅନ୍ତର୍ଗତ COVID-19 ପାଇଁ ଏକ oral ମେଡ଼ିସିନ ନିର୍ମାଟେଲଭିର ଜେନେରିକ୍ ସଂସ୍କରଣ ପାଇଁ ଅନୁମୋଦନ ଘୋଷଣା କରିଛି । କମ୍ପାନୀ କହିଛି ଯେ ‘ଫାଇଜର’ର କୋଭିଡ -୧୯ ଓରାଲ ଆଣ୍ଟି-ଭାଇରାଲ ଔଷଧ ପାକ୍ସଲୋଭିଡ’ର ଏକ ଜେନେରିକ ଫର୍ମକୁ ପ୍ରଥମ ଥର ପାଇଁ ପ୍ରାରମ୍ଭିକ ମଞ୍ଜୁରୀ ମିଳିଛିି ।
କମ୍ପାନୀ କହିଛି ଯେ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ଥିବା କରୋନା ଭାଇରସରେ ସଂକ୍ରମଣ ଥିବା ରୋଗୀଙ୍କୁ ନିର୍ମାଟେଲଭିର ଏବଂ ରାଇଟୋନାଭିର ଦେବା ପାଇଁ ଡବ୍ଲ୍ୟୁଏଚଓ ତରଫରୁ ସୁପାରିଶ ମିଳିଛି । ବୃଦ୍ଧ କରୋନା ରୋଗୀ କିମ୍ବା ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ କିମ୍ବା ଯାହାର ଟୀକାକରଣ ହୋଇନଥିବ ତାଙ୍କୁ ହିଁ ଏହି ଔଷଧ ଦିଆଯିବ ।
ହେଟେରୋ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ମାକମର ଏକ ମିଶ୍ରିତ ପ୍ୟାକରେ ୧୫୦ ମିଗ୍ରା ନିର୍ମାଟେଲଭିରର (ଦୁଇଟି ଟାବଲେଟ୍) ଏବଂ ୧୦୦ ମିଗ୍ରା ରାଇଟୋନାଭିର (ଗୋଟିଏ ଟାବଲେଟ୍) ଥାଏ । ଏହି ଔଷଧ କେବଳ ଡାକ୍ତରଙ୍କ ପରାମର୍ଶରେ ଉପଲବ୍ଧ ହୋଇଥାଏ । ସଂକ୍ରମିତ ହେବା ପରେ ଏବଂ ଲକ୍ଷଣ ଆରମ୍ଭ ହେବାର ପାଞ୍ଚ ଦିନ ମଧ୍ୟରେ ଯଥାଶୀଘ୍ର ଏହି ଔଷଧ ଖାଇବା ଉଚିତ୍ ।
