ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ | ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଶନିବାର ଦିନ ବୋମା ଧମକ ଦିଆଯାଇ ଏକ ଇମେଲ ଆସିବା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଇଜିଆଇ ପୁଲିସ ଷ୍ଟେସନ, ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀ ସଂଗଠନ ଅଲ କାଏଦା ସରଗନା ଯୋଜନା କରୁଥିବା ନେଇ ବିମାନବନ୍ଦର ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟରକୁ ଚେତାବନୀ ଦେଇଛି।
ଆଗାମୀ ୩ଦିନ ମଧ୍ୟରେ ଅଲ କାଏଦା ସରଗନା ଆକ୍ରମଣର ଯୋଜନା କରୁଥିବା ନେଇ ଚେତାବନୀ ଦିଆଯାଇଛି | ଆଇଜିଆଇ ପୁଲିସ ଷ୍ଟେସନ ଏୟାରଲାଇନ୍ସ ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର (ଏଓସିସି) କୁ ସୂଚନା ଦେଇଛି ଯେ, କରଣବୀର ସୁରି ଓରଫ ମହମ୍ମଦ ଜଲାଲ ଏବଂ ପତ୍ନୀ ଶୈଳୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି ଏବଂ ୧-୩ ଦିନ ମଧ୍ୟରେ ଆଇଜିଆଇ ଉପରେ ବୋମା ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି | ଏହାକୁ ଆଖି ଆଗରେ ରଖି ଏବେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି |
Comments are closed.