ଦକ୍ଷିଣ ଆଫ୍ରିକା ଉଚ୍ଚାୟୁକ୍ତଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ : ଡ. ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟି ଓ ପ୍ରୟାସକୁ କରିଛନ୍ତି ପ୍ରଶଂସା

ଭୁବନେଶ୍ୱର, ୧୧/୧୦ : ନୂଆଦିଲ୍ଲୀ ସ୍ଥିତ ଦକ୍ଷିଣ ଆଫ୍ରିକା ଉଚ୍ଚାୟୁକ୍ତର ପ୍ରଫେସର ଅନିଲ ସୁକଲାଲ କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି । ସେ କିଟ୍‍ର ସମସ୍ତ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍‍ର ବିଭିନ୍ନ ୟୁନିଟ୍‍ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରି ସେମାନଙ୍କ ସହ ଭାବ ବିନିମୟ କରିଥିଲେ।

କିସ୍‍ ପରିଦର୍ଶନ କରି ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟି ଓ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଫେସର ଅନିଲ ସୁକଲାଲ। ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ପ୍ରଫେସର ସୁକଲାଲ୍‍ କହିହଛନ୍ତି, ବିଶ୍ୱର ଅନେକ ପିଲାଙ୍କ ନିକଟରେ ଆଜି ଶିକ୍ଷା ପହଞ୍ଚି ପାରିନାହିଁ । ତୁମେମାନେ ଭାଗ୍ୟବାନ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ତୁମେ କିସ୍ ରେ ଶିକ୍ଷାଲାଭର ସୁଯୋଗ ପାଇଛ । ଏହି ସୁଯୋଗର ସଦୁପଯୋଗ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ନେଲ୍‍ସନ୍‍ ମଣ୍ଡେଲା ଓ ବିବେକାନନ୍ଦଙ୍କ ଉକ୍ତି ଉଦାହରଣ ଦେଇ ସେ କହିଛନ୍ତି କି , ଶିକ୍ଷା ହିଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ।

ଶିକ୍ଷା କେବଳ ସୂଚନା ପ୍ରଦାନ କରେନାହିଁ, ଶିକ୍ଷା ମଣିଷର ସାମଗ୍ରୀକ ବିକାଶରେ ସହାୟକ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଆଫ୍ରିକା ଉପ-ଉଚ୍ଚାୟୁକ୍ତ ସେଡ୍ରିକ ଚାର୍ଲ୍ସ କ୍ରାଉଲି, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ରାଜୁ କେ. ଡି, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିସ୍‍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

SBI_Festive_Digital Billboard