ଭୁବନେଶ୍ୱର, ୨୯/୦୭ : ଆଇଏଏସ ଅଫିସର ବିଷ୍ନୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଗୁଆ ଜାମିନ ଆବେଦନ ଆବେଦନ କରିଥିଲେ ବିଷ୍ନୁପଦ । ଗତ ୧୫ ତାରିଖରେ କେସ ଡାଏରୀ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଫେଇଥିଲେ ଏବଂ ଶୁକ୍ରବାର ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା । ଆଗୁଆ ଜାମିନ ନମିଳିବାରୁ ଆଗକୁ ହୁଏତ ବିଷ୍ନୁପଦ ଅଡୁଆରେ ପଡି ପାରନ୍ତି । ଓଡିଶା ବ୍ରିଜ ଏଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଫସିଛନ୍ତି ବିଷ୍ଣୁପଦ ସେଠୀ । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ବିଷ୍ନୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ସି ବି ଆଇ ଚଢ଼ାଉକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଆସିଥିଲେ ବିଷ୍ନୁପଦ । ଗତ ମାସ ୨୦ ତାରିଖରେ ହାଇକୋର୍ଟ ବିଷ୍ନୁପଦଙ୍କ ଆବେଦନକୁ ଖାରଜ କରିଥିଲେ । ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଯାହା ଆଜି ଖାରଜ ହୋଇଯାଇଛି ।
