କଟକ,୨୭/୫: ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ହାଇକୋର୍ଟରେ ପହଞ୍ଚିଛି । ସୋସିଆଲ ମିଡିଆରେ ମନ୍ତବ୍ୟ ନଦେବାକୁ ଉଭୟଙ୍କୁ ତାଗିଦ୍ କରିଛନ୍ତି ହାଇକୋର୍ଟ । କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ କିଛି ଭିଡିଓ ପୋଷ୍ଟ ନକରିବାକୁ ଅନୁଭବ ମହାନ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜୁଲଶଇ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।
ସୂଚନା ଅନୁସାରେ, ଗତ କିଛିଦିନ ହେବ ଅନୁଭବ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନିଜର ମତାମତ ରଖୁଛନ୍ତି । ଭିଡିଓରେ ସେ ତାଙ୍କ ପତ୍ନୀ ବର୍ଷାଙ୍କ ବିଷୟରେ କହିଥିଲେ । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓକୁ ନେଇ ହାରଇକୋର୍ଟ ଯାଇଥିଲେ ବର୍ଷା ।
ତେବେ ଭିଡିଓ ସେୟାର କରି ଅନୁଭବ ଚରିତ୍ର ସଂହାର କରୁଛନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି ।କିଛି ବ୍ୟକ୍ତି ତାଙ୍କ ଛବି ଖରାପ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି । ସାଇବର ଥାନାରେ ୧୪/୨୦୨୨ରେ ମାମଲା ପଞ୍ଜୀକୃତ ହୋଇଛି । ପୂର୍ବରୁ ଅନୁଭବ ଏକ ଭିଡିଓ ରିଲିଜ୍ କରି ବର୍ଷାଙ୍କ ନାଁରେ କହିଥିଲେ, ଯାହାକୁ ନେଇ ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଅନୁଭବ ବାରମ୍ବାର ଭିଡିଓ ରିଲିଜ କରି ମୋ ନାରୀତ୍ୱକୁ ଅପମାନିତ କରୁଥିବା ବଷାଁ ଅଭିଯୋଗ କରିଥିଲେ ।