ଯଦି ଆପଣ ହାଇ ହିଲ୍ ପିନ୍ଧୁଛନ୍ତି ତେବେ ହୋଇପାରେ ଏହି ସବୁ ସମସ୍ୟା : ଜାଣନ୍ତୁ କ’ଣ

ଆପଣ ହାଇ ହିଲ୍ ପିନ୍ଧିବାକୁ ଭଲ ପାଆନ୍ତି କି? ଷ୍ଟାଇଲିସ୍ ଏବଂ ଗ୍ଳାମରସ୍ ଦେଖାଯିବା ପାଇଁ ଯଦି ଆପଣ ଅଧିକାଂଶ ସମୟ ହାଇ ହିଲସ୍ ପିନ୍ଧୁଛନ୍ତି ତେବେ ଏହା ଆମ ଶରୀରର ଅନେକ ଅଙ୍ଗରେ କୁପ୍ରଭାବ ପକାଇଥାଏ। ଏଥିପାଇଁ ହାଇ ହିଲ୍ ପିନ୍ଧିବା ପୂର୍ବରୁ ଏହା ଦ୍ବାରା ହୋଇଥିବା କ୍ଷତି ବିଷୟରେ ଜାଣନ୍ତୁ …

ଯେତେବେଳେ ଆପଣ ହାଇ ହିଲ୍ ପିନ୍ଧି ଚାଲିଥାନ୍ତି ତେବେ ଆପଣଙ୍କ ଗୋଡ଼ ସ୍ବାଭାବିକ ଭାବେ ବଙ୍କା ହୋଇନଥାଏ। ସେଥିପାଇଁ ଆପଣଙ୍କ ଆଣ୍ଠୁରେ ଚାପ ପଡ଼ିଥାଏ। ଏହା ଦ୍ବାରା ଆପଣଙ୍କୁ ଧୀରେ ଧୀରେ ବ୍ୟଥା ଅନୁଭବ ହୋଇଥାଏ।

ଅଧିକାଂଶ ମହିଳା ଅଣ୍ଟାବ୍ୟଥାର ଶିକାର ହୋଇଥାନ୍ତି। ଆଜିକାଲି ପୀଢ଼ିରେ ଏହି ସମସ୍ୟା ବଢ଼ି ବଢ଼ି ଚାଲିଛି। ଏହାର ଏକମାତ୍ର କାରଣ ହେଉଛି ଆମମାନଙ୍କ ଭୁଲ୍ ଜୀବନଶୈଳୀ। ହାଇ ହିଲ୍ ପିନ୍ଧିବା କାରଣରୁ ଅଣ୍ଟା ତଳ ବ୍ୟଥା ଆରମ୍ଭ ହୋଇଥାଏ। ହିଲ୍ ପିନ୍ଧି ଚାଲିବା କାରଣରୁ ଓଜନର ଠିକ୍ ବିତରଣ ହୋଇପାରିନଥାଏ ସେଥିପାଇଁ ଆମ ମେରୁଦଣ୍ଡରେ ଯଥେଷ୍ଟ ପ୍ରଭାବ ପଡ଼ିଥାଏ।

ଯଦି ଆପଣ ସବୁଦିନ କଲେଜ କିମ୍ବା ଅଫିସ୍ ହିଲ୍ ପିନ୍ଧି ଯାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବଡ଼ ଧରଣର ସମସ୍ୟା ସୃଷ୍ଟି କରିବ। ପ୍ରତିଦିନ ହିଲ୍ ପିନ୍ଧିବା ଦ୍ବାରା ଆପଣଙ୍କ ଗୋଡ଼ ଏବଂ ଗୋଇଠିରେ ବ୍ୟଥା ସୃଷ୍ଟି ହୋଇପାରେ।

ହାଇ ହିଲସର ଆକୃତି ଏପରି ହୋଇଥାଏ ଯେ ଏହା ଦ୍ବାରା ଶିରା ପ୍ରଶିରାରେ ରକ୍ତ ପ୍ରବାହ ସଙ୍କୁଚିତ ହୋଇଯାଇଥାଏ ଯାହା ଦ୍ବାରା ରକ୍ତ ପ୍ରବାହର ଅଭାବ ଦେଖାଯାଇଥାଏ। କିଛି କ୍ଷେତ୍ରରେ ହାଇ ହିଲ୍ ପିନ୍ଧିବା ଦ୍ବାରା ମୁଣ୍ଡବ୍ୟଥା ମଧ୍ୟ ହୋଇଥାଏ। ବହୁବାର ରକ୍ତନଳୀ ମଧ୍ୟ ଫାଟିଯାଇଥାଏ।

ଯଦି ଆପଣ ସବୁବେଳେ ହାଇ ହିଲସ ପିନ୍ଧୁଛନ୍ତି ତେବେ ଏହାକୁ କମ୍ କରନ୍ତୁ। ଏହା ବଦଳରେ ଆରାମଦାୟମ ଚପଲ ପିନ୍ଧନ୍ତୁ ଏବଂ ହାଇ ହିଲସର ବ୍ୟବହାର ବେଳେବେଳେ କରନ୍ତୁ। ହିଲସ୍ ପରିବର୍ତ୍ତେ ଫ୍ଲାଟସ୍ ପିନ୍ଧନ୍ତୁ। ଏହା ମଧ୍ୟ ଆପଣଙ୍କୁ ଏକ ଷ୍ଟାଇଲିସ୍ ଲୁକସ୍ ଦେଇଥାଏ।

Comments are closed.