ଏଣିକି ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ

ଭୁବନେଶ୍ବର,୧୯ /୨: ଏଣିକି ଅନଲାଇନରେ ମାଟ୍ରିକ ସାର୍ଟିଫିକେଟ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସାର୍ଟିଫିକେଟ ସହ ସମସ୍ତ ଦସ୍ତାବିଜ ହାଇସ୍କୁଲ ପିଲାଙ୍କୁ ଅନଲାଇନରେ ମିଳିବ। ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗଣଶିକ୍ଷା ବିଭାଗ ଓ ଓକାକର ମିଳିତ ପ୍ରୟାସରେ ହାଇସ୍କୁଲ ପିଲାଙ୍କୁ ସାର୍ଟିଫିକେଟ ଅନଲାଇନରେ ମିଳିବ ବୋଲି କୁହାଯାଇଛି।