କଟକ, ୧୯/୧୦: ଆଜି ହାଇକୋର୍ଟରେ ପୁଜାମଣ୍ଡପରେ ମୁର୍ତ୍ତି ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଶୁଣାଣି ହେବ । ଆଜି ଆଡଭୋକେଟ ଜେନେରାଲ କୋର୍ଟରେ ରିପୋର୍ଟ ଦାଖଲ କରିବେ ।
କଟକ ସହରର ୯ଟି ପୁଜା ମଣ୍ଡପରେ ପୂର୍ବ ବର୍ଷ ପରି ମୁର୍ତ୍ତି ନିର୍ମିତ ହୋଇସାରିଛି । ଯାହାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଗତ ଶୁକ୍ରବାର ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମୁର୍ତ୍ତି ନିର୍ମାଣ କରିବା ଲାଗି ପ୍ରଥମେ ଵାଲୁ ଵଜାର ପୁଜାମଣ୍ଡପକୁ ଅନୁମତି ଦେଇଥିଲେ ହାଇକୋର୍ଟ । ପରେ କଟକ ଫିରିଙ୍ଗି ବଜାର ଏବଂ ଉପର ତେଲେଙ୍ଗାବଜାର ସମେତ ୯ଟି ପୁଜାମଣ୍ଡପ ରେ ପୂର୍ବ ଢାଞ୍ଚାରେ ମୁର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଥିଲା ।
ତେବେ ରାଜ୍ୟ ସରକାରଙ୍କ ନୂଆ ଗାଇଡ ଲାଇନ ଆଧାରରେ ମୁର୍ତ୍ତି ଉଚ୍ଚତା ୪ ଫୁଟ ରଖିବା ଲାଗି ପୁଲିସ କମିଶନର ନିର୍ଦ୍ଦେଶ ଦେଇଥିଲେ । ନଵନିର୍ମିତ ବଡ ମୁର୍ତ୍ତି ଗୁଡିକୁ ଭାଙ୍ଗିଦେବାଲାଗି ସମ୍ପୃକ୍ତ ପୁଜାକମିଟିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୁଲିସ କମିଶନର । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ହୋଇଛି ଏକାଧିକ ମାମଲା । ତେବେ ପୂଜା ପ୍ରସ୍ତୁତି ପାଇଁ ହାଇକୋର୍ଟ ଅନୁମତି ଦେଇସାରିଛନ୍ତି । ତେଣୁ ଆଜି ମାମଲା ସମ୍ପର୍କରେ କେଉଁ ପ୍ରକାରର ନିଷ୍ପତ୍ତି ଆସିବ ତାକୁ ହିଁ ଅପେକ୍ଷା ।