ଭୁବନେଶ୍ୱର, ୨୪/୦୧ : ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି ହୋଇଛି । ଅଦାଲତ ଅବମାନନା ମାମଲାରେ ସଚିବଙ୍କୁ ହାଜିରା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ରହିଛି। ହାଜିରା ସୁନିଶ୍ଚିତ କରିବାକୁ ପୋଲିସ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩୦ ତାରିଖ ସକାଳ ୧୦ଟା ୩୦ରେ ହାଜର ପାଇଁ ନିର୍ଦ୍ଦେଶ ରହିଛି। ଯଦି ଏହାରି ମଧ୍ୟରେ ସଚିବ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିଥିବ ତାହା ହେଲେ ଆଉ ହାଜର ହେବାର ଆବଶ୍ୟକତା ନାହିଁ ।