ସମ୍ୱଲପୁର, ୨୩/୯ : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି କାରଣରୁ ଆଜି ଆଉ ତିନିଟି ଗେଟ ଖୋଲା ଯାଇଛି । ବାମ ପଟର ଆଠ ଓ ଡାହାଣ ପଟର ଚାରିଟି ଗେଟ ଖୋଲା ଯାଇଥିବାର ସୂଚନା ମିଳିଛି । ବର୍ତ୍ତମାନ ୧୨ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ । ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ହୀରାକୁଦର ଜଳସ୍ତର ୬୨୯.୧୫ ଫୁଟ୍ ରହିଛି । ଉପର ମୁଣ୍ଡରୁ ୧ ଲକ୍ଷ ୮୫ ହଜାର ୨୮୬ କ୍ୟୁସେକ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡରୁ ୧ ଲକ୍ଷ ୬୬ ହଜାର ୨୨୮ କ୍ୟୁସେକ ପାଣି ନିଷ୍କାସନ କରାଯାଉଛି।