ନୂଆଦିଲ୍ଲୀ,୨୧ /୮: ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ବେଶ ଉତ୍ସାହିତ ହୋଇ ପଡିଛି । ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସଲାହୁଦ୍ଦିନ ଭାରତ ପ୍ରତି ବିପଦ ଥିବା ଏକ ଅଡିଓ ବାର୍ତ୍ତା ଜାରି କରିଛନ୍ତି। ଏହି ଅଡିଓ ବାର୍ତ୍ତାରେ ସେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପର ବିସ୍ତାର କରିବାରେ ସହାୟତା ପାଇଁ ତାଲିବାନ ଆତଙ୍କବାଦୀଙ୍କୁ ଅନୁରୋଧ କରିଛନ୍ତି। ଭାରତ ଉପରେ ଆକ୍ରମଣ କରିବା ପାଇଁ ସେମାନେ ତାଲିବାନ ସହାୟତା ଲୋଡିଛନ୍ତି।
ଅନଲାଇନରେ ପୋଷ୍ଟ କରାଯାଇଥିବା ଏହି ବାର୍ତ୍ତାରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନ କହିଛନ୍ତି ଯେ ମୁଁ ଆଲ୍ଲାହାଙ୍କୁ ପ୍ରାର୍ଥନା କରୁଛି ଯେ ସେ ଆଫଗାନିସ୍ତାନର ଇସଲାମ ସାମ୍ରାଜ୍ୟକୁ ସୁଦୃଢ କରନ୍ତୁ ଯାହା ଦ୍ବାରା ସେମାନେ ଭାରତ ବିରୁଦ୍ଧରେ କାଶ୍ମୀରବାସୀଙ୍କୁ ସମର୍ଥନ କରିପାରିବେ। ଭାରତ ଉପରେ ଆକ୍ରମଣ କରିବା ପାଇଁ ସେମାନଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସଲାହୁଦ୍ଦିନ କହିଛନ୍ତି।
ତେବେ କାଶ୍ମୀର ଉପରେ ଏହାର ପ୍ରଭାବ ନେଇ ଭାରତର ସୁରକ୍ଷା ଅଧିକାରୀ ଆକଳନ କରୁଛି। ଆମେରିକା ସେନାର ପ୍ରସ୍ଥାନ ଏବଂ ତାଲିବାନର ଆବିର୍ଭାବ, ୧୯୮୦ ଦଶକର ଶେଷ ଭାଗରେ ସୋଭିଏତ୍ ବିଭାଜନ ପରେ ଆଫଗାନିସ୍ତାନରେ ଯାହା ଘଟିଥିଲା, ତାହା କାଶ୍ମୀରରେ ଆତଙ୍କବାଦକୁ ପ୍ରଭାବିତ କରିପାରେ, ବିଶେଷ କରି ବର୍ତ୍ତମାନ ଭାରତ ପାକିସ୍ତାନ ଅପେକ୍ଷା ଚୀନ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।