୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ଆଗାମୀ ୧୦ ବର୍ଷ ଯାଏଁ ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଟୋକିଓ ଅଲିମ୍ପିକ୍ସ ଖେଳିଥିବା ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌କୁ ରାଜ୍ୟ ସରକାର ଆଜି ଲୋକସେବା ଭବନରେ ସନ୍ଧ୍ୟାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସମାରୋହରେ ସଂମ୍ମାନିତ କରିଛନ୍ତି। ଓଡ଼ିଶା ୨୦୩୩ ଯାଏଁ ଭାରତୀୟ ପୁରୁଷ ଓ ହକି ଟିମ୍‌ର ପ୍ରାୟୋଜକ ରହିବ। ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବା ଅବସରରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସ ଖେଳିଥିବା ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌କୁ ରାଜ୍ୟ ସରକାର ଆଜି ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସରକାର ହକି ଖେଳକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ଘୋଷଣା କରିଛନ୍ତି।

ମହିଳା ହକି ଦଳ :
– ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କା
– ସବିତା ପୁନିଆ ମୋଷ୍ଟ ଗୋଲ୍‌ ସେଭ୍‌ ଓମ୍ୟାନ୍‌ ଟିମ୍‌ ସମ୍ମାନରେ ସମ୍ମାନିତ
– ରାନୀ ରାମପାଲ୍‌ ଓ ନଭାନିତ କୌର୍‌ଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ
– ଦୀପଗ୍ରେସ୍‌ ଏକ୍କାଙ୍କୁ ଡିଫେଣ୍ଡ୍‌ ପାଇଁ ୫ ଲକ୍ଷ ଟଙ୍କା
– ମିଡ ଫିଲ୍‌ଡରେ ଭଲ ପ୍ରଦର୍ଶନ ପାଇଁ ପି ସୁଶୀଳା ଚାନୁଙ୍କୁ ୫ ଲକ୍ଷ ଟଙ୍କା
– ଗୁରଜିତ କୌର ଓ ବନ୍ଦନା କଟାରିଆଙ୍କୁ ସର୍ବାଧିକ ଗୋଲ୍‌ ସ୍କୋର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ

ପୁରୁଷ ହକି ଦଳ :
– ଶ୍ରୀଜେଶ୍‌ଙ୍କୁ ସର୍ବାଧିକ ଗୋଲ୍‌ ସେଭ୍‌ ପାଇଁ ୫ ଲକ୍ଷ ଟଙ୍କା
– ପୁରୁଷ ହକି ଦଳର ସଭିଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ
– ମୋଷ୍ଟ୍‌ ଗୋଲ୍‌ ଏସିଷ୍ଟ୍‌ ପାଇଁ ସୂର୍ଯ୍ୟକାନ୍ତଙ୍କୁ ୫ ଲକ୍ଷ ଟଙ୍କା
– ରୁପିନ୍ଦର୍‌ ପାଲ ସିଂହଙ୍କୁ ଡିଫେନ୍‌ସ ପାଇଁ ୫ ଲକ୍ଷ ଟଙ୍କା
– ମିଡ ଫିଲ୍‌ଡ ପାଇଁ ହରମନ୍‌ପ୍ରୀତ୍‌ ସିଂ ଓ ଅମିତ୍‌ ରୋହୀଦାସଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ
– ସର୍ବାଧିକ ଗୋଲ୍‌ ପାଇଁ ହରମନ୍‌ପ୍ରୀତ୍‌ ସିଂହଙ୍କୁ ୫ ଲକ୍ଷ ଟଙ୍କା