ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇବା ପାଇଁ ବର୍ଷ ସାରା ଅପେକ୍ଷା କରନ୍ତି। ତଥାପି, କିଛି ଲୋକ ଏହା କରିବାରୁ ଦୂରେଇ ରୁହନ୍ତି । କାରଣ ହୋଲି ଖେଳିବା ପରେ ମୁହଁରେ ଲାଲ କିମ୍ବା ଗାଢ଼ ରଙ୍ଗ ପ୍ରାୟତଃ ସହଜରେ ଛାଡେନାହିଁ। ସାବୁନ କିମ୍ବା ସ୍କ୍ରବକୁ ବାରମ୍ବାର ବ୍ୟବହାର କରିବାକୁ ପଡେ। ଯାହା ଚର୍ମକୁ ଶୁଷ୍କ, ଲାଲ କରିପାରେ। ଯଦି ହୋଲି ରଙ୍ଗ ଆପଣଙ୍କ ମୁହଁରୁ ଛାଡୁନାହିଁ। ତାହାଲେ ଚିନ୍ତା କରନ୍ତୁ ନାହିଁ। କିଛି ସରଳ ଘରୋଇ ଉପଚାର ଦ୍ଵାରା ଆପଣ ସହଜରେ ରଙ୍ଗ ଛଡାଇ ପାରିବେ।
ନଡ଼ିଆ ତେଲ – ତ୍ଵଚାରୁ ହୋଲି ରଙ୍ଗ ଛଡାଇବାକୁ ମୁହଁରେ କିଛି ନଡିଆ ତେଲ ମାଲିସ କରନ୍ତୁ। ତା’ପରେ, ଏହାକୁ ଏକ ତୁଳା କିମ୍ବା ନରମ କପଡାରେ ପୋଛି ଦିଅନ୍ତୁ।
ସ୍କ୍ରବ୍ ଲଗାନ୍ତୁ – ଦୁଇ ଚାମଚ ବେସନ ସହ ଅଳ୍ପ କଞ୍ଚା କ୍ଷୀର ଏବଂ ଚିମୁଟାଏ ହଳଦୀ ମିଶାନ୍ତୁ। ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଲଗାନ୍ତୁ ।ଏବଂ ୫ ମିନିଟ୍ ପରେ ଧୀରେ ଧୀରେ ଘଷନ୍ତୁ।
ଆଲୋଭେରା ଜେଲ୍ ଲଗାନ୍ତୁ – ରଙ୍ଗ ଛଡାଇବା ପାଇଁ ଆଲୋଭେରା ଜେଲ୍ ମଧ୍ୟ ଲଗାଇ ପାରିବେ।
ଗୋଟେ ଚାମଚ ଦହି ସହିତ ଗୋଟିଏ ଚାମଚ ମହୁ ମିଶାନ୍ତୁ। ଏହାକୁ ଆପଣଙ୍କ ମୁହଁରେ ୧୦ ମିନିଟ୍ ପାଇଁ ଲଗାନ୍ତୁ। ଦହି ଚର୍ମକୁ ସଫା କରେ ଏବଂ ମହୁ ମଇଶ୍ଚରାଇଜ୍ କରେ ଏବଂ ଚମକ ପ୍ରଦାନ କରେ।