ଓଡ଼ିଶାର ୭ଜଣଙ୍କୁ ରାଷ୍ଟ୍ରପତିଙ୍କ ହୋମ୍ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ ପଦକ ମିଳିବ

ନୂଆଦିଲ୍ଲୀ,୧୪/୮: ଓଡ଼ିଶାର ୭ଜଣଙ୍କୁ ରାଷ୍ଟ୍ରପତିଙ୍କ ହୋମ୍ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ ପଦକ ମିଳିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଓଡ଼ିଶାର ଯେଉଁମାନେ ଏହି ବିଭାଗରେ ପଦକ ପାଇବେ, ସେମାନେ ହେଲେ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀ ସମରେଶ ସାମଲ ଓ ଭିକାରୀ ଚରଣ ସାହୁ, ହୋମଗାର୍ଡ ମଧୁସୂଦନ ପଣ୍ଡା, ଆନନ୍ଦମଣି ତୁତି ଓ ନିରାକର ପଲେଇ, କମ୍ପାନି କମାଣ୍ଡର ଲକ୍ଷ୍ମଣ କାଲୋ ଏବଂ ହୋମଗାର୍ଡ ପ୍ଲାଟୁନ୍ କମାଣ୍ଡର ନିର୍ମଳ କୁମାର ଦାସ।

ଏହାଛଡ଼ା ଆସାମର ୪, ଛତିଶଗଡ଼ର ୫, ଦିଲ୍ଲୀର, ୫, ଗୁଜୁରାଟର ୬, କର୍ଣ୍ଣାଟକର ୬, ମଧ୍ୟପ୍ରଦେଶର ୩, ପଞ୍ଜାବର ଜଣେ, ହିମାଚଳ ପ୍ରଦେଶର ୨, ମେଘାଳୟର ୨, ତ୍ରିପୁରାର ୨ ଓ ତାମିଲନାଡ଼ୁର ୩ ଜଣଙ୍କୁ ରାଷ୍ଟ୍ରପତିଙ୍କ ହୋମ୍ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ ପଦକ ମିଳିବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବାଧୀନତା ଦିବସ ଅବସରରେ ଦେଶର ଏହି ପୁଲିସ କର୍ମଚାରୀମାନଙ୍କୁ ବି ସମ୍ମାନିତ କରାଯିବ।