ମେଷ: ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ । କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ବନ୍ଧୁ ଆପଣଙ୍କୁ ଧାର ମାଗି ପାରନ୍ତି। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।
ବୃଷ: ସମ୍ପର୍କୀୟମାନେ ବିରୁଦ୍ଧାଚରଣ କରିବେ । ଆପଣଙ୍କୁ ଉନ୍ନତିର କିଛି ନୂଆ ସାଧନ ମିଳିବ। ଅଜଣା ଲୋକଙ୍କ ସହିତ ସ˚ପର୍କ ଗଢ଼ିବେ। ଅଫିସରେ ବାତାବରଣ ଅନୁକୂଳ ରହିବ।
ମିଥୁନ: ପାରିବାରିକ କ୍ଷେତ୍ରରେ ସତର୍କରେ ନ ଚଳିଲେ ଝମେଲା ଅଧିକ ବଢି ଯାଇପାରେ । ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ବେପାରରେ ଅଚାନକ ଧନଲାଭ ହୋଇପାରେ।
କର୍କଟ: ଟଙ୍କା ପଇସାର ଅଭାବ ଓ ଧାର କରଜ ହେତୁ ମନ ବିବ୍ରତ ହେବ । ଆପଣ ନିଜକୁ ଅତ୍ୟନ୍ତ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ଅର୍ଡର୍ ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତା ସମାପ୍ତ ହେବ।
ସି˚ହ: ଅଭିଜ୍ଞଙ୍କ ପରାମର୍ଶ ନେଇ ପୁଞ୍ଜି ନିବେଶ କରନ୍ତୁ। ପାରିବାରିକ କଳହ ସନ୍ତାନଙ୍କ ଦ୍ୱାରା ସମାଧାନ ହୋଇପାରିବ ।ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ। ବନ୍ଧୁଙ୍କ ସହିତ ସମ୍ପର୍କ ପୂର୍ବ ଅପେକ୍ଷା ଉତ୍ତମ ହେବ।
କନ୍ୟା: ପାରିବାରିକ କ୍ଷେତ୍ର ପ୍ରାୟତଃ ଭଲ ରହିବା ସହ ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ସାମାଜିକ କାର୍ଯ୍ୟରେ ସମୟ ଦେବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।
ତୁଳା: ନୂତନ କର୍ମାରମ୍ଭ ପାଇଁ ଆପଣ ଅନୁପ୍ରେରିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ସନ୍ଧ୍ୟା ଅତିବାହିତ ହେବ।
ବିଛା: ବିଭିନ୍ନ ପ୍ରକାରର ସମସ୍ୟାରେ ପଡି ବିରସ ମନରେ ରହିବାକୁ ପଡିପାରେ । ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟକୁ ସାହାଯ୍ୟ କରି ଖୁସି ଅନୁଭବ କରିବେ। ବୈବାହିକ ଜୀବନରେ ଖୁସି ବଢ଼ିବ।
ଧନୁ: ହସଖୁସିରେ ସମୟ ଅତିବାହିତ ହେବା ସଙ୍ଗକୁ ମନ ଅଶାନ୍ତ ରହିପାରେ । ଟଙ୍କାପଇସା ମାମଲାରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଫିସରେ ବରିଷ୍ଠଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ପରିବାର ସହିତ ଭଲରେ ସମୟ ବିତିବ।
ମକର: ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ । ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପ୍ରେମ ସମ୍ବନ୍ଧିତ କୌଣସି ମନସ୍କାମନା ପୂରଣ ହେବ।
କୁମ୍ଭ: ଯୁଆଡେ ଯାଆନ୍ତୁ ସଫଳତା ଅବଶ୍ୟ ପାଇବେ । ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ଅଫିସରେ ସହକର୍ମୀଙ୍କ ସହିତ ଘନିଷ୍ଠତା ବଢ଼ିବ।
ମୀନ: ଅସହାୟଙ୍କୁ ସହାୟତା ପ୍ରଦାନ କରିବେ। ଟିକିଏ କଥାରେ ରାଗି କାହାକୁ କିଛି କହି ଦେବା ସମସ୍ୟାର କାରଣ ହୋଇପାରେ । ବ୍ୟବସାୟୀଙ୍କୁ ବିଶେଷ ସଫଳତା ମିଳିବ। ଘରର ସୁଖ ସମୃଦ୍ଧି ବୃଦ୍ଧି ହେବାର ସମ୍ଭାବନା ରହିଛି।