ଆଜିର ରାଶିଫଳ (ଶନିବାର)

ତା : ୧୬ / ୧ / ୨୦୧୧

ମେଷ: କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସକାଶେ ଘରକୁ ବନ୍ଧୁ ଆଗମନ ହେବ । ରାଜନୀତିରେ ଯୋଗାଯୋଗ ଭଲ ରହିବ। ବ୍ୟବସାୟରେ ଧନଲାଭ ହେବ। ବିଶେଷ ଯାତ୍ରାରେ ଯାଇପାରନ୍ତି।

ବୃଷ: ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ପୂରା ହେବ। ବକେୟା ଅର୍ଥ ମିଳିପାରେ। ସ୍ବାସ୍ଥ୍ୟରେ ସୁଧାର ହେବ।

ମିଥୁନ: ମାନସିକ ସ୍ଥିତି ଭଲ ରହି ନ ପାରେ । କୌଣସି ଜିନିଷର ଅଭାବ ଅନୁଭବ କରିପାରନ୍ତି। ଆପଣଙ୍କ କାମ ମନ୍ଥର ଗତିରେ ପୂରା ହେବ। ଛାତ୍ର କୌଣସି କାମ ପାଇଁ ବାପାଙ୍କ ସାହାଯ୍ୟ ନେବେ।

କର୍କଟ: ଆର୍ଥିକ ଦୂରବସ୍ଥାକୁ ସୁଧାରି ନେଇପାରନ୍ତି । ଆପଣଙ୍କ ଦୃଢ଼ ମାନସିକତା ସଫଳତା ପ୍ରଦାନ କରିବ। ନିଜର କଥା ଅନ୍ୟମାନଙ୍କୁ ଅବଗତ କରାଇବାରେ ସଫଳ ହେବେ। ବେପାରରେ ଲାଭ ହେବ।

ସି˚ହ: ଆଜି ହଠାତ୍ ନୂତନ ଯୋଜନା ଆରମ୍ଭ କରିବେ । ସବୁ କାମରେ ସଫଳତା ହାସଲ କରିବେ। ଉଚ୍ଚ ଅଧିକାରୀଙ୍କ ସହିତ ସାକ୍ଷାତ ହେବ। କୃଷକଙ୍କୁ ଲାଭ ହୋଇପାରେ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ।

କନ୍ୟା: ସନ୍ଦେହୀ ମନୋଭାବ ହେତୁ କେତେକ ସମସ୍ୟା ଦେଖାଦେବ । କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। କାରବାରରେ ସଫଳତା ପାଇବେ।

ତୁଳା: ଆଜି ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ପାରିବାରିକ ଜୀବନ ସୁଖକର ହେବ। ଆୟରେ ଅଚାନକ ବୃଦ୍ଧି ଘଟିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ।

ବିଛା: ନିଜର କହୁଥିବା ବ୍ୟକ୍ତି ଆପଣଙ୍କ ପଛରେ ବିଭିନ୍ନ କଥା କହିବେ । ଇଷ୍ଟଦେବଙ୍କର ପୂଜାର୍ଚ୍ଚନା କରନ୍ତୁ । ଆପଣଙ୍କର ସବୁ ଅଭାବ ପୂରା ହେବ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ।

ଧନୁ: ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସାମ୍‌ନା କରିବାରେ ସଫଳ ହେବେ । ଅଫିସରେ ବଡ଼ ଦାୟିତ୍ବ ମିଳିପାରେ। ନିଜର ସାମର୍ଥ୍ୟ ଅନୁଯାୟୀ କାମକୁ ସରଳତାପୂର୍ବକ ପୂରା କରିନେବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ମକର: ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ଆକସ୍ମିକ ଭାବେ ବନ୍ଧୁଙ୍କ ବ୍ୟବହାର ବଦଳି ଯିବ, ଯାହା କି ଆପଣଙ୍କ ପାଇଁ ଚିନ୍ତାର କାରନ ହୋଇପାରେ । ନେତା ଆପଣଙ୍କୁ ନୂଆ ଦାୟିତ୍ବ ଦେବେ।

କୁମ୍ଭ: ପଡିଶୀଙ୍କ ସାହାର୍ଯ୍ୟରେ ପ୍ରତିଶ୍ରୁତି ଦେଇ ଆଶା ପୂରନ କରିବେ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଆର୍ଥିକ ମାମଲାରେ ବୁଦ୍ଧି ଖଟାଇ କାମ କରନ୍ତୁ। ବନ୍ଧୁ ସହିତ ସମ୍ବନ୍ଧ ଉତ୍ତମ ହେବ।

ମୀନ: କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ସମାଜରେ ଲୋକମାନଙ୍କ ସହିତ ଭଲ ବୁଝାମଣା ରହିବ। ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କର ସହଯୋଗ ପାଇବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।