ଜଗତସିଂହପୁରରେ ଭୟଙ୍କର ଦୁର୍ଘଟଣା : ଜଣେ ମୃତ

ଭୁବନେଶ୍ୱର, ୨୮/୦୭ : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ପାଳସହି ନିକଟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଘରୋଇ ବସ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର । ମୃତକ ଜଣକ ହେଲେ ପୁରୀ ବାସେଳି ସାହିର ଅମିତ ସାହୁ । ପୁରୀ ବାସେଳୀ ସାହି ଅଞ୍ଚଳର ୪ ଜଣ ସାଙ୍ଗ ଗୋରେଖନାଥ ପୀଠରେ ମହାଦେବଙ୍କ ଦର୍ଶନ ସାରି ନିଜ ଘର ଅଭିମୁଖେ ଦୁଇଟି ବାଇକ ଯୋଗେ ଫେରୁଥିଲେ । ଦୁଇ ଜଣ ସାଙ୍ଗ ଆଗରେ ଯାଉଥିବା ସମୟରେ ଅନ୍ୟ ଦୁଇ ଜଣ ଟିକେ ପଛରେ ଆସୁଥିଲେ । ଏହି ସମୟରେ ନାଉଗାଁ ପାଳସାହି ନିକଟରେ ଏକ ଘରୋଇ ବସ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାସେଳୀ ସାହୁ ଗ୍ରାମର ଅମିତ ସାହୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଉତ୍ୟକ୍ତ ସ୍ଥାନୀୟ ଲୋକଙ୍କ ପକ୍ଷରୁ ମୃତଦେହକୁ ରଖାଯାଇ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ନାଉଗାଁ ଶିଖର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି । ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖା ଯାଇଛି ।

 

SBI AD