କିଡନୀ ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଭ୍ୟନ୍ତରିଣ ଅଙ୍ଗ । ଏହା ଆମ ଶରୀରର ଅନେକ କାମକୁ ପୁରା କରିଥାଏ । ସେଥିପାଇଁ ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରି । ଆମେ ଯଦି କିଡନୀର ଯତ୍ନ ନନେବା ତାହେଲେ ଏହା ଦୁର୍ବଳ ହେବା ସହିତ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଛି । ତେଣୁ କିଡନୀକୁ ସୁସ୍ଥ ରଖିବା ପାଇଁ ନିୟମିତ ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପ୍ରଚୁର ମାତ୍ରାରେ ପାଣି ପିଇବା ଆବଶ୍ୟକ ।
ଅଧିକମାତ୍ରାରେ ପାଣି ପିଇଲେ କିଡନୀରେ ସମସ୍ୟା ସୃଷ୍ଟି ହେବାର କମ୍ ସମ୍ଭାବନା ରହିଥାଏ । କେବଳ ସେତିକି ନୁହେଁ ଏହାକୁ ସୁସ୍ଥ ରଖିବାକୁ ହେଲେ ଡିଟକ୍ସ କରିବା ମଧ୍ୟ ନିହାତି ଦରକାର । ସେଥିପାଇଁ ଆପଣ ଖାଦ୍ୟାଭ୍ୟାସରେ କିଛି ଡ୍ରିଙ୍କସ୍ (ପାନୀୟ) ସାମିଲ କରିପାରିବେ ।
ଶେଓରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଓ ସାଇଟ୍ରିକ୍ ଏସିଡ କିଡ୍? କିଡନୀରେ ପଥୁରି ରୋଗକୁ ଭଲ କରିବା ସହିତ ଟକ୍ସିନ ମଧ୍ୟ ଦୂର କରିଥାଏ । ଆପଣ ଏହାକୁନେଇ ଏକ ଡିଟକ୍ସ ଡ୍ରିଙ୍କ (ପାନୀୟ) ତିଆରି କରିପାରିବେ । ଆପଣ ପ୍ରତିଦିନ ହାଲକା ଉଷୁମ ପାଣିରେ ୧ ଚାମଚ ଶେଓ ଭିନେଗାକୁ ମିଶାନ୍ତୁ । ଏହି ପାନୀୟକୁ ନିୟମିତ ପିଇଲେ ଆପଣଙ୍କ କିଡନୀ ଡିଟକ୍ସ ହୋଇଥାଏ ।
ଡାଳିମ୍ୱ ରସରେ ଅଧିକ ପରିମାଣରେ ପୋଟାସିୟମ ଥାଏ । ସେଥିପାଇଁ ଏହା କିଡନୀରେ ପଥୁରି ରୋଗ ଦୂର କରିବାରେ ସହାୟକ ହୋଇଥାଏ ।
