ବିପୁଳ ପରିମାଣର କଫ ସିରପ ଜବତ, ଜଣେ ଅଟକ

ଭୁବନେଶ୍ୱର, ୦୧/୦୮ : କଟକରେ ବେଆଇନ କଫ ସିରପ ଜବତ । ବାଦମବାଡ଼ି ନ୍ୟୁ ଏଲଆଇସି କଲୋନୀ ସ୍ଥିତ ଏକ କୋରିଅର ସଂସ୍ଥାରୁ ଜବତ ହେଲା ୬୦ ରୁ ଉର୍ଦ୍ଧ୍ବ ପ୍ୟାକେଟରୁ ହଜାର ହଜାର ବେଆଇନ କଫ ସିରପ । STF ଟିମ୍ , ଜିଲ୍ଲା ପ୍ରଶାସନ, ଡ୍ରଗ୍ସ କଣ୍ଟ୍ରୋଲରଙ୍କ ମିଳିତ ଉଦ୍ୟମରେ ଏହି ଚଢ଼ାଉ ଜାରି ରହିଛି । ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି STF ଟିମ୍ । କୋରିଅର ଜରିଆରେ ଏହି କଫ ସିରପ୍ କାରବାର ହେଉଥିଲା। ତେବେ ଏହି କଫ ସିରପ କେଉଁଠୁ ଆସୁଥିଲା ଓ କେଉଁଠି ବିକ୍ରି ହେଉଥିଲା ତାହାର ଖୋଲତାଡ଼ ଜାରି ରଖିଛି STF।