ଭୁବନେଶ୍ୱର, ୦୯/୦୨ : ବିପୁଳ ପରିମାଣର ଗୁଟଖା ଓ ପାନ ମସଲା ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି । ବେଆଇନ ଗୁଟଖା ରଖିବା ଅଭିଯୋଗରେ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ । ଇଟାମାଟି ଥାନା ଖୁଣ୍ଟୁବନ୍ଧ ଗାଁର କମଳ ସାହୁ ଘରେ ଚଢ଼ାଉ କରିଥିଳା ପୋଲିସ । କମଳଙ୍କ ଘରୁ ୨ଲକ୍ଷ ୫0ହଜାର ଟଙ୍କାର ଗୁଟଖା ଜବତ କରିଛି ପୋଲିସ । ଘଟଣାରେ କମଳ ସାହୁ ଓ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି । ସେହିପରି ସଦରଥାନା ବାଲୁଗାଁ ଗୋବିନ୍ଦ ସାହୁଙ୍କ ଘରେ ରେଡ କରାଯାଇ ୧ଲକ୍ଷ ଟଙ୍କାର ଗୁଟଖା ଓ ପାନ ମସଲା ଜବତ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ସହ ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।