ଭୁବନେଶ୍ବର : ହ୍ୟୁମାନ ସାଗର ଓଡିଆ ସଂଗୀତ ଜଗତର ଖାଲି ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ନଥିଲେ ବରଂ ସିଏ ଥିଲେ ଜଣେ ଅନ୍ୟତମ ତାରକା । ଘରେ ଘରେ ପରିଚିତ ସ୍ବର ଏବଂ ଶ୍ରୋତାଙ୍କ ଇମୋସନ । ଖୁବ ଅଳ୍ପ ବୟସରେ ଅନେକ ସଫଳତା ହାସଲ କରିଥିବା ହ୍ୟୁମାନ ସାଗର ଅବେଳରେ ଚାଲିଯିବା ପରେ ନିରବି ଯାଇଛି ଏକ ସକ୍ରିୟ ସ୍ବର । ହ୍ୟୁମାନଙ୍କ ପରଲୋକରେ ଭାଙ୍ଗି ପଡିଛନ୍ତି ଫ୍ୟାନ୍, ଶୋକରେ ବୁଡିଛି ସଙ୍ଗୀତ ଜଗତ । ଭୁବନେଶ୍ବର ଏମ୍ସକୁ ଛୁଟିଛି ପ୍ରଶଂସକ, ତାଙ୍କୁ ଭଲ ପାଉଥିବା ମଣିଷଙ୍କ ସୁଅ । ସମସ୍ତେ ମର୍ମାହତ, ଏମିତି ବୟସରେ କିଏ କଣ ଯାଏ କହି କାନ୍ଦି ପକାଉଛନ୍ତି ଅନେକ କଣ୍ଠଶିଳ୍ପୀ ।
ଆପଣ ଯେଉଁ ଗୀତ ବି ଶୁଣନ୍ତୁ ତାହା ହ୍ୟୁମାନ ସାଗରଙ୍କ ଗୀତ ହୋଇଥିବ । ବାହାଘର ବରଯାତ୍ରୀ ଠାରୁ ପୂଜା ଭସାଣି ଯାଏଁ, ମେଲୋଡି ଠାରୁ ପିକନିକ ପାର୍ଟି ଯାଏଁ ସବୁଠି ତାଙ୍କ ଗୀତ ବାଜୁଥିବ, ଶୁଭୁଥିବ । ହ୍ୟୁମାନଙ୍କ ଗୀତ ବିନା ସବୁ ଯେମିତି ଫିକାଫିକା, ଏକଦମ ଅଧୁରା । ଆଲବମ୍ କୁହନ୍ତୁ କି ସିନେମା- ସବୁଥିରେ ହିଟ୍ ଥିଲେ ହ୍ୟୁମାନ ସାଗର । ଅନେକ ହିଟ୍ ଗୀତର ହିରୋ ସିଏ । ସଙ୍ଗୀତ ପରିବାରରୁ ଆସିଥିବା ହ୍ୟୁମାନ ସାଗରଙ୍କ ବାପାମାଆ ଗୀତ ଗାଉଥିଲେ, ତାଙ୍କ ଜେଜେବାପା ଜଣେ କମ୍ପୋଜର ଥିଲେ ।
ଇସ୍କ ତୁ ହି ତୁ, ଅଗସ୍ତ୍ୟା, ବେବି, ଅଭୟ, ହାପି ଲକି, ଲଭ ଏକ୍ସପ୍ରେସ, ତୋ ପ୍ରେମରେ ପଡିଲା ପରେ, ଶ୍ରୀମାନ ସୁରଦାସ, ସୁନ୍ଦରଗଡ଼ର ସଲମନଖାନ, ଟୋକାଟା ଫସିଗଲା, ଚାରିଧାମ… ଯାଏଁ ଅନେକ ସିନେମାରେ ସିଏ ଗୀତ ଗାଇଛନ୍ତି । ୨୦୧୪ରେ ସମଥିଙ୍ଗ ସମଥିଙ୍ଗ-2 ର ପ୍ରେମ ହେଇଯାଏରେ ତାଙ୍କର ପ୍ରଥମ ଗୀତ । ତାପରେ ସେ ଆଉ ପଛକୁ ଫେରି ନାହାନ୍ତି । ଅନେକ ହିଟ୍ ଗୀତ ଆଜି ବି ଶ୍ରୋତାଙ୍କ କାନରେ ଶୁଭେ । ପ୍ରେମ, ବିରହ, ଡ୍ୟାନ୍ସ , ଭଜନ ସବୁ ପ୍ରକାର ଗୀତରେ ସେ ସିଦ୍ଧହସ୍ତ ।
ହ୍ୟୁମାନଙ୍କ ଅଭୁଲା ଗୀତ :
-କେମିତି ଭୁଲିବି ସେ ଅଭୁଲା ଦିନ
-କୁଆଡେ ଗଲୁ ପାଗେଳୀ
-କାଇଁ କାନ୍ଦୁଛୁ କହ
-ତୁ ମେଘ ହେଇଯା
-ଗଜରା ଗଭା ବାଲି
-ମରିଯିବି ଧନ ତୋ ବିନା
-ମନେ ତୁ ପଡୁଛୁ ଆଲୋ ପାଗେଳୀ
-ଝରିଯାଏ ଲୁହ
-ଏଡ଼େ ବେଇମାନି ତୁ
-ମା ତୋ ବିନା
-ସେଦିନୁ ମୁଁ ହୁନୁ ହୁନୁ
-ହଜାରେ ଥର
-ବୁଝିଯାରେ ହୃଦୟ ତୁ
-କିଛି ଲୁହ ଝରି ଥିଲା ଖୁସିରେ
-ହେଲା କି ପ୍ରେମ
-ଏଡ଼େ ବେଇମାନି ତୁ
-ମା…
-ଧିମା ଧିମା ଆଖି, ମିଠା ମିଠା ସ୍ବପ୍ନ
-ସୁନ ଜରା
-ଇସ୍କ ତୁ ହି ତୁ
-ମୁସ୍କିଲ ହେ ଜୀନା
-ମଲକା ମଲକା
-ହାଏ ତୋ ପ୍ରେମର ରଙ୍ଗୋଲି
-ଗଜଲ ଗଜଲ
-ସବୁ ନଜର ଲାଗେ ପ୍ରେମ ନଜର
-ନାରେ ନାରେ
-ଫାଷ୍ଟ ଟାଇମ ଗୋଟେ ଝିଅ ତୁ
-ଛାତି ଟା ରଗଡି ଦେଲାରେ
-ବେବି ଓ ବେବି
-ବାପା…