ପରକୀୟା ପ୍ରୀତିରୁ ହତ୍ୟା : ସ୍ୱାମୀର ତୀରମାଡରେ ସ୍ତ୍ରୀ ମୃତ

0

ଭୁବନେଶ୍ୱର, ୦୨/୦୧ : କେନ୍ଦୁଝରରେ ପରକୀୟା ପ୍ରୀତିରୁ ହତ୍ୟା । ସ୍ୱାମୀର ତୀର ମାଡରେ ସ୍ତ୍ରୀ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ବାମେବାରୀ ଥାନାର ହାଣ୍ଡିଭଙ୍ଗା ଗାଁରେ । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଏହି ଗାଁର ଦଶରା ମୁଣ୍ଡାଙ୍କ ସ୍ତ୍ରୀ ଚନି ମୁଣ୍ଡାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସଫର୍କ କୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁ ବେଳେ ଝଗଡା ହେଉଥିଲା । ବୁଧବାର ବିଳମ୍ବିତ ରାତିରେ ମଧ୍ୟ ସେହି ଘଟଣାକୁ ନେଇ ଝଗଡ଼ା ହୋଇଥିଲା ଫଳରେ ଦଶରା ମୁଣ୍ଡା ଉତ୍ୟକ୍ତ ହୋଇ ଚିନି ମୁଣ୍ଡାଙ୍କୁ ତୀର ମାଡ କରିଥିଲେ I ତୀରଟି ଚିନିଙ୍କ ଛାତିରେ ବାଜିଥିଲା । ସକାଳୁ ସ୍ୱାମୀ ଦଶରା ଓ ତାଙ୍କ ପରିବାର ଲୋକେ ଚିନିଙ୍କୁ ଆଣି ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ୱାମୀକୁ ଅଟକ ପୋଲିସ ଅଧିକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.