ନୂଆଦିଲ୍ଲୀ, ୧୦/୦୧ : ଉତ୍ତର ପ୍ରଦେଶରେ ଘଟିଛି ଏକ ହୃଦୟ ବିବାଦର ଘଟଣା । ଲିସାଡ଼ି ଗେଟ୍ ଥାନା ଅନ୍ତର୍ଗତ ସୁହେଲ ଗାର୍ଡେନ କଲୋନୀରେ ଗୋଟିଏ ପରିବାରର ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଏବଂ ତିନି ଝିଅ ଅଛନ୍ତି । ହତ୍ୟା ପରେ ଶବଗୁଡ଼ିକୁ ଘର ଭିତରେ ଲୁଚାଯାଇଥିଲା । ଘଟଣାର ସୂଚନା ମିଳିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଙ୍କ ପରିଚୟ ମୋଇନ (ସ୍ୱାମୀ), ଅସମା (ସ୍ତ୍ରୀ) ଏବଂ ତିନି ଝିଅ ଅଫ୍ସା (୮), ଅଜିଜା (୪) ଏବଂ ଅଦିବା (୧) ବୋଲି ଜଣାପଡ଼ିଛି । ଦୁର୍ବୃତ୍ତମାନେ ସ୍ୱାମୀ-ସ୍ତ୍ରୀ ଏବଂ ତିନି ଝିଅଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଶବକୁ ଅଖାରେ ବାନ୍ଧି ବେଡ୍ ବକ୍ସ ଭିତରେ ଲୁଚାଇ ଦେଇଥିଲେ । ପଡ଼ୋଶୀଙ୍କୁ ପଚରାଉଚରା କରିବା ପରେ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ମୋଇନ ଏବଂ ଅସମାଙ୍କ ମୃତ ଦେହ ଘର ଭିତରେ ପଡ଼ିଥିଲା । ତିନି ଝିଅଙ୍କ ଶବ ବେଡ୍ ବକ୍ସ ଭିତରୁ ମିଳିଥିଲା । ଘଟଣାର ସୂଚନା ମିଳିବା ପରେ ଏସ୍ଏସ୍ପି ବିପିନ ତାଡାଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । କ୍ରାଇମବ୍ରାଞ୍ଚ, ଫରେନ୍ସିକ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ସାହାଯ୍ୟରେ ମାମଲାର ତଦନ୍ତ ଜାରି ରଖିଛି ପୋଲିସ । ଏହାସହ ଘର ଆଖପାଖରେ ଲାଗିଥିବା ସିସିଟିଭିରୁ ସମସ୍ତ ଭିଜୁଆଲକୁ ନେଇ ତଦନ୍ତ କରୁଛି ପୋଲିସ ।