ମୁମ୍ବାଇ,୯/୪ : ଆଜି ୧୭ତମ ମ୍ୟାଚରେ ହାଇଦ୍ରାବାଦ ଚେନ୍ନାଇକୁ ୮ ଓ୍ବିକେଟରେ ପରାସ୍ତ କରିଛି । ଚେନ୍ନାଇ ଦ୍ବାରା ରଖାଯାଇଥିବା ୧୫୫ ରନର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୧୭.୪ ତମ ଓଭରରେ ମାତ୍ର ୨ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ୭୫, କେନ ଓ୍ବିଲିୟମସନ ୩୨ ଓ ରାହୁଲ ତ୍ରିପାଠୀ ୩୯ ରନ କରିଥିଲେ ।
ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୫୪ ରନ କରିଥିଲା । ଦଳ ପକ୍ଷରୁ ଦୁଇ ଓପନର ରବିନ ଉଥାପା ଓ ଋତୁରାଜ ଗାଇକ୍ବାଡ୍ ଯଥାକ୍ରମେ ୧୫ ଓ ୧୬ ରନ କରି ଆଉଟ ହେବା ପରେ ୩ ନମ୍ବରେ ବ୍ୟାଟିଂ କରିବାକୁ ଆସିଥିବା ମୋଇନ ଅଲ୍ଲି ଲଢୁଆ ବ୍ୟାଟିଂ କରି ୪୮ ରନ କରିଥିଲେ । ସେହିପରି ଅମ୍ବାତି ରାଇଡୁ ୨୭ ଓ ରବୀନ୍ଦ୍ର ଜାଦେଜା ୨୩ ରନ କରିଥିଲେ ।