ନୂଆଦିଲ୍ଲୀ, ୨୨/୧୦ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୫୫ ରନ୍ର ଟାର୍ଗେଟ ଦେଇଛି ରାଜସ୍ଥାନ ରୟାଲ୍ସ। ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୧୫୪ ରନ୍ କରିବାରେ ସକ୍ଷମ ହୋଇଛି। ୩୦ ରନ୍ରେ ପ୍ରଥମ ଝଟକା ଲାଗିଥିଲା ରାଜସ୍ଥାନକୁ। ରବିନ ଉତ୍ଥାପା ୧୩ ବଲ୍ରେ ୧୯ ରନ୍ କରି ରନ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ୮୬ ରନ୍ରେ ଦଳ ସହିଥିଲା ଦ୍ବିତୀୟ କ୍ଷତି। ସଞ୍ଜୁ ସାମସନ୍ ୩୬ ରନ୍ କରି ହୋଲ୍ଡରଙ୍କ ବଲ୍ର ଶିକାର ହୋଇଥିଲେ ।
ପୁଣି ୧୩ ଓଭରରେ ଦଳକୁ ଲାଗିଥିଲା ତୃତୀୟ ଧକ୍କା। ବେନ୍ ଷ୍ଟୋକ୍ସ ଫେରିଥିଲେ ପାଭିଲିୟନ୍। ସେହିଭଳି କେବଳ ୧୨ ରନ୍ କରି ଆଉଟ୍ ହୋଇଥିଲେ ଜୋସ୍ ବଟ୍ଲର। ପରେ ପରେ ୧୮.୧ ଓଭରରେ ଷ୍ଟିଭ୍ ସ୍ମିଥ ଓ ୧୮.୨ ବଲ୍ରେ ରିୟାନ୍ ପରାଗ ଆଉଟ୍ ହୋଇଯାଇଥିଲେ । ସେତେବେଳକୁ ଦଳ କରିଥିଲା ୧୩୫ ରନ୍ ।
ସନରାଇଜର୍ସ ହାଇଦ୍ରାବଦ୍ର ଦମଦାର ବୋଲିଂ ରାଜସ୍ଥାନକୁ ବଡ଼ ସ୍କୋର କରିବାରେ ବାଧକ ସାଜିଥିଲା। ଆଜି ସର୍ବାଧକ ୩ ଓ୍ବିକେଟ ଅକ୍ତିଆର କରିଥିଲେ ଜେସନ୍ ହୋଲ୍ଡର। ରଶିଦ ଖାନ ଓ ବିଜୟ ଶଙ୍କର ଗୋଟିଏ ଲେଖାଁଏ ଓ୍ବିକେଟ ନୋବରେ ସକ୍ଷମ ହୋଇଥଲେ ।