ଭୁବନେଶ୍ୱର, ୧୯/୧୦: ପାହାଳ ନିକଟରେ ଏକ ହାଇୱା ଜଳି ଯାଇଛି। ପାହାଳ ଫାଣ୍ଡି ନିକଟ ରାସ୍ତା ଉପରେ ଠିଆ ହୋଇଥିବା ହାଇୱାର ଇଂଜିନ୍ରୁ ଧୂଆଁ ବାହାରିବା ଦେଖି ଚାଳକ ଓ ହେଲପର୍ ଗାଡ଼ି ଅଟକାଇ ଡେଇଁ ପଡ଼ିଥିଲେ। ପରେ ହାଇୱାଟି ହୁତୁହୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା। ଖବର ପାଇ କଳ୍ପନା ଓ ବାରଙ୍ଗରୁ ଦୁଇଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକଟିରେ ବାଲି ବୋଝେଇ ହୋଇ ରହିଥିଲା । ସର୍ଟ ସର୍କଟ ଯୋଗୁ ଟ୍ରକରେ ନିଆଁ ଲାଗି ଯାଇଥିବା କୁହାଯାଉଛି ।