ପାକିସ୍ତାନ ସରକାରକୁ ଇମ୍ରାନ ଖାନଙ୍କ ଚେତାବନୀ : ISI ର ମୁଖା ଖୋଲି ଦେବି

ନୂଆଦିଲ୍ଲୀ,୨୮/୧୦: ମୁଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖା ଖୋଲିଦେବି। ମୁଁ ନଓ୍ଵାଜ ସରିଫଙ୍କ ପରି ଦେଶରୁ ପଳାୟନ କରିବି ନାହିଁ। ଦେଶରେ ଅଛି ଏବଂ ଆଇନର ସାମ୍ନା କରିବି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଶେହବାଜ ସରିଫଙ୍କ ଉପରେ ଏହିପରି ହମଲା କରିଛନ୍ତି। ଇମ୍ରାନ ଭାରତର ବୈଦେଶିକ ନୀତିର ପ୍ରଶଂସା କରିବା ସହ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି ମୁଁ ଦେଶର କୌଣସି ଆଇନ କିମ୍ବା ନିୟମ ଭଙ୍ଗ କରୁନି। ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନ ତେହରିକ ଏ ଇନସାପ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ ଏବଂ ପାର୍ଟିର କାର୍ଯ୍ୟକର୍ତ୍ତା ଲାହୋର ଲିବର୍ଟି ଛକରୁ ଇସଲାମାବାଦ ପର୍ଯ୍ୟନ୍ତ ହକିକି ଆଜାଦୀ ଲଙ୍ଗ ମାର୍ଚ ଆରମ୍ଭ କରିଛନ୍ତି। ଏହି ସମୟରେ ଜନତାଙ୍କୁ ସମ୍ବୋଧିତ କରି ଏମିତି ବୟାନ ଦେଇଛନ୍ତି ଇମ୍ରାନ।

SBI_Festive_Digital Billboard