ନୂଆପଡା ଉପନିର୍ବାଚନ, ନଭେମ୍ବର ୧୧ରେ ବିଜେପିଠୁ ନେବୁ ବଦଲା : ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୦୩/୧୧ : ନୂଆପଡା ଉପନିର୍ବାଚନ ପାଇଁ ଆଜି ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବା ସମୟରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଆଉ କହିଛନ୍ତି ନଭେମ୍ବର ୧୧ରେ ବିଜେପିଠୁ ନେବୁ ବଦଲା । ଆଜି କୋମନାରେ ନିର୍ବାଚନ ପ୍ରଚାର ସମୟରେ ଏହା କହିଛନ୍ତି ନବୀନ ପଟ୍ଟନାୟକ । ଆପଣଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ବଦଲା ନେବା । ଏ ସରକାରକୁ ୧୬ ମାସ ବିତି ସାରିଛି । ୧୬ ମାସର ବିଜେପି ସରକାରରେ କାମ ଜିରୋ ଏବଂ ବିକାଶ ପୂରା ଠପ୍ ହୋଇ ଯାଇଛି । ବିଡମ୍ବନାର ବିଷୟ ମିଶନ ଶକ୍ତି ମହିଳାଙ୍କୁ ଏ ବିଜେପି ସରକାର ଦରମା ଦେଇ ପାରୁନି । ୮ ମାସ ହେଲା ମିଶନ ଶକ୍ତିର ମହିଳାଙ୍କୁ ଦରମା ମିଳିନି । କେବଳ ନାଁ ପରିବର୍ତ୍ତନ କରୁଛନ୍ତି । ସେମାନେ ଗେମ ଚେଞ୍ଜର ନୁହନ୍ତି, ନେମ ଚେଞ୍ଜର । ବିଏସକେୱାଇ ଭଲ ନା ଆୟୁଷ୍ମାନ କହି ବିଜେପି ସରକାରର ସମାଲୋଚନା କରିଛନ୍ତି ନବୀନ ।