ଜେଲରୁ ବାହାରିଲେ IAS ବାବୁ ଧୀମାନ ଚକମା

ଭୁବନେଶ୍ୱର, ୦୧/୦୮ : କଳାହାଣ୍ଡି ଭବାନୀପାଟଣା ଜେଲରୁ ବାହାରିଲେ ଆଇଏଏସ ବାବୁ ଧୀମାନ ଚକମା । ୪୦ ଦିନ ପରେ ଜେଲରୁ ବାହାରିଲେ ଧୀମାନ ଚକମା । ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଜେଲରେ ଥିଲେ । ଲାଞ୍ଚ ନେଇ ଧରାପଡ଼ିବା ପରେ ଆଇଏଏସ ବାବୁଙ୍କୁ ସସପେଣ୍ଡ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଧର୍ମଗଡ଼ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ୧୦ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଗିରଫ କରିଥିଲା ଭିଜିଲାନ୍ସ । ପରେ ତାଙ୍କ ବାସଭବନରୁ ଆଉ ୪୭ଲକ୍ଷ ଟଙ୍କା ଜବତ ହୋଇଥିଲା । ଉପ ଜିଲ୍ଲାପାଳ ଚକମାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ୯ ତାରିଖରେ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଜୁନ ୨୦ ତାରିଖରେ ଆଇଏଏସ୍‌ ଧୀମନ ଚକମା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।