ପୁଣି IAS ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର, ୧୨/୦୨ : ପୁଣିଥରେ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଡି. ପ୍ରଶାନ୍ତ କୁମାର ରେଡ୍ଡି ହେଲେ ଇଡକୋ ଏମଡି । ସେହିପରି ରଶ୍ମିତା ପଣ୍ଡା ହେଲେ MSME ସଚିବ । ସୁରେନ୍ଦ୍ର କୁମାର ମୀନାଙ୍କୁ CMGIର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ବ ମିଳିଛି । ଅବୋଲି ସୁନୀଲ ନରଓ୍ବେଣଙ୍କୁ ଇପିକଲର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ମିଳିଥିବାବେଳେ ଭୂପିନ୍ଦର ସିଂହ ପୁନିଆଙ୍କୁ କ୍ରୀଡ଼ା ବିଭାଗ ସଚିବର ଅତିରିକ୍ତ ଦାୟିତ୍ବ ମିଳିଛି ।