ଆଇସିସି ଟେଷ୍ଟ ମାନ୍ୟତା : ୨ନଂ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ଟେଷ୍ଟ ମାନ୍ୟତା ପ୍ରକାଶ ପାଇଛି। ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପୂର୍ବପରି ୨ନଂରେ ସ୍ଥିର ରହିଥିବା ବେଳେ ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା ୭୭୯ ପଏଣ୍ଟ ସହ ଗୋଟିଏ ସ୍ଥାନ ତଳକୁ ଖସି ୯ନଂରେ ରହିଛନ୍ତି। ବ୍ୟାଟିଂ ମାନ୍ୟତାରେ କୋହଲି ୮୮୬ ପଏଣ୍ଟ ସହ ୨ନଂରେ ରହିଥିବା ବେଳେ ଚେତେଶ୍ବର ପୂଜାରା ୭୬୬ ଓ ଅଜିଙ୍କ୍ୟ ରାହାଣେ ୭୨୬ ପଏଣ୍ଟ ସହ ଯଥାକ୍ରମେ ୮ ଓ ୧୦ନଂରେ ସ୍ଥିର ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ଭାରତର ରବୀନ୍ଦ୍ର ଜାଡେଜା ୩୯୭ ପଏଣ୍ଟ ସହ ୩ନଂରେ ରହିଛନ୍ତି।