କୋଭିଡ୍ ଟିକା ହାର୍ଟ ଆଟାକର କାରଣ ନୁହେଁ, ସ୍ପଷ୍ଟ କଲା ICMR ଏବଂ AIIMS

0

ନୂଆଦିଲ୍ଲୀ, ୦୨/୦୭ : କୋଭିଡ୍ ଟିକା ହାର୍ଟଆଟାକର କାରଣ ନୁହେଁ ବୋଲି ସ୍ପଷ୍ଟ କରିଛି ICMR ଏବଂ AIIMS । ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପ୍ରଭାବ ବୋଲି ଅଭିଯୋଗ ଅଣାଯାଇଛି । ଯାହାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଦେଶର ୧୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୭ଟି ହସ୍ପିଟାଲରେ ମେ ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଏହି ଗବେଷଣା କରାଯାଇଥିଲା । ଯେଉଁଥିରେ ସମ୍ପୂର୍ଣ୍ଣ ସୁସ୍ଥ ବ୍ୟକ୍ତିଙ୍କୁ ନେଇ ଏହା କରାଯାଇଥିଲା । ଗବେଷଣାରୁ ଜଣାପଡିଛି ଯେ, କରୋନା ଟୀକା ଯୋଗୁଁ ଯୁବକମାନଙ୍କଠାରେ ହୃଦଘାତର ଆଶଙ୍କା ବୃଦ୍ଧି ପାଇନାହିଁ । ଯୁବକମାନଙ୍କ ମୃତ୍ୟୁ ସହିତ ଏହାର କୌଣସି ସମ୍ପର୍କ ନାହିଁ କହିଛନ୍ତି । ହଠାତ୍ ମୃତ୍ୟୁ ପଛର କାରଣ ବୁଝିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ICMR ଏବଂ AIIMS ।

SBI AD
Leave A Reply

Your email address will not be published.