ଭିଜିଲାନ୍ସ ଜାଲରେ ଫସିଲେ ଇଡିକଲ ଡେପୁଟି ମ୍ୟାନେଜର

କଟକ: ଦୁର୍ନିତୀ ଖୋରଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆକ୍ସନ ମୋଡକୁ ଆସିଛି ଭିଜିଲାନ୍ସ । ପ୍ରତ୍ୟେକ ଦିନ କେହି ନା କେହି ସରକାରୀ ବାବୁ ଏହି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଉଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଇଡିକଲ ଡେପୁଟି ମ୍ୟାନେଜର । ଇଡିକଲ ଡେପୁଟି ମ୍ୟାନେଜର ଗୟା ସନ୍ତରାଙ୍କ ଘରେ ଭିିଜିଲାନ୍ସ ଚଢଉ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରୁଛି ଭିଜିଲାନ୍ସ । ଏକାକାଳୀନ ୭ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ ।

କୋରାପୁଟ ସୁଙ୍କି ଗେଟରେ ଥିବା ଭଡା ଘର, କୋରାପୁଟ ସୀମାଗୋଡାରେ ଥିବା ଅଫିସ୍‌, ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଗ୍ଲୋବାଲ ଇଞ୍ଜିନିୟରିଂ କମ୍ପାନୀ ଓ ଓଡଗାଁରେ ଥିବା ପୈତୃକ ଘରେ ଚଢଉ ଚାଲିିଛି । ଏହାସହ ମୁନିଗୁଡାର ଶ୍ୱଶୁର ଘରେ ମଧ୍ୟ ରେଡ ଚାଲିଛି ।

ଭିଜିଲାନ୍ସର ୭ଜଣ ଡିଏସପି, ୪ ଇନସ୍‌ପେକ୍ଟର, ଜଣେ ସବ୍‌ ଇନସପେକ୍ଟର,୭ ଜଣ ଏଏସଆଇ ଓ ଭିଜିଲଳାନ୍ସା ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ଅଛନ୍ତି । ମଞ୍ଚେଶ୍ୱରରେ ଗୟା ସନ୍ତରାଙ୍କ ରହିଛି ୩ ମହଲା ଘର । ଜୟଦେବ ବିହାରରେ ୪ ମହଲା ଘର ନିର୍ମାଣଧିନ ଅଛି ।

SBI_Festive_Digital Billboard