ନୂଆଦିଲ୍ଲୀ,୧୩/୯: ଚାକିରୀ ନିଲାମ କଲେ ଘର ନିଲାମ ହୋଇଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମିଳୁଛି । କୁଶି ନଗରରେ ବିଭିନ୍ନ ଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ ପାଇଁ ଯାଇଥିବା ବେଳେ ଯୋଗୀ କଡ଼ା ଭାଷାରେ ଚେତାବନୀ ଦେଇଥିଲେ। ଏହି ସମୟରେ ଶ୍ରୀରାମଙ୍କ ଭକ୍ତଙ୍କୁ ଗୁଳି କରୁଥିବା ଲୋକଙ୍କୁ ବିଛା ଦଂଶନ କରିବ ବୋଲି ମଧ୍ୟ ସେ କହିଥିଲେ।
କିନ୍ତୁ ଏହି ସମୟରେ ଚାକିରୀ କ୍ଷେତ୍ରରେ ହେଉଥିବା ଦୁର୍ନୀତି ସମ୍ପର୍କରେ କହିଥିଲେ ଯୋଗୀ ଆଦିତ୍ୟନାଥ। ସେ କହିଥିଲେ, ଯେ କୌଣସି ବ୍ୟକ୍ତି ଚାକିରୀ ବିକ୍ରି କରିବାକୁ ଚେଷ୍ଟା କରିବ ତାର ଘର ନିଶ୍ଚିତ ରୂପେ ନିଲାମ ହୋଇଯିବ। ଏନେଇ ସେ ମଧ୍ୟ ଟ୍ବିଟ୍ କରିଥିଲେ। ଏବେ ଏହା ଉପରେ ଜୋରଦାର କମେଣ୍ଟ ମିଳୁଛି।
ଜଣେ ୟୁଜର ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏହି ଭାଷା ଧମକ ଭରା। ପ୍ରଥମେ ଘର ଦିଅନ୍ତୁ ପରେ ନିଲାମ କଥା କହିବେ। ଚାକିରୀ ତ ମିଳିନି ନିଲାମ କଥା କହୁଛନ୍ତି। କେତେ ପର୍ଯ୍ୟନ୍ତ ମିଥ୍ୟାର ଚାଦର ପିନ୍ଧି ଧମକ ଦେବେ ? କେତେ ଲୋକଙ୍କୁ ଚାକିରୀ ମିଳିଛି ? କେତେ ଲୋକଙ୍କୁ ସରକାରୀ ଆବାସ ମିଳିଛି ?
ଏହା ବ୍ୟତୀତ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସରକାରୀ ଅଧିକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ଭ୍ରଷ୍ଟାଚାର ଉପରେ ଲଗାମ ଲଗାଇବା ପାଇଁ କଠୋର ନିୟମ ଏବଂ ମୁଖ୍ୟମନ୍ତ୍ରୀ ଆବଶ୍ୟକ ।