ମାସ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ନଦେଲେ ଦରମା ବନ୍ଦ : ହସ୍ତତନ୍ତ ବିଭାଗ

ଭୁବନେଶ୍ବର,୨୦/୧ : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ ସରକାରୀ କର୍ମଚାରୀ ଜାନୁଆରି ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ ନକଲେ ଫେବ୍ରୁଆରି ମାସର ଦରମା ବନ୍ଦ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ହସ୍ତତନ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ। ଚିଠିରେ ଶ୍ରୀ ପାଢ଼ୀ ଜଣାଇଛନ୍ତି ଯେ, ଅନ୍‌ଲାଇନ୍‌ରେ ନିର୍ଦ୍ଧାରିତ ଫର୍ମାଟରେ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ସମସ୍ତ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିବେ। ଏହି ନିର୍ଦ୍ଦେଶନାମା ବିଭାଗର କେନ୍ଦ୍ରୀୟ ସେବା ଓ ସର୍ବଭାରତୀୟ ସେବାର ପଦାଧିକାରୀମାନଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ବୋଲି ଡ. ପାଢ଼ୀ ସ୍ପଷ୍ଟ କରିଛନ୍ତି ।

SBI AD