ଭୁବନେଶ୍ୱର ୨୨/୪: ପଞ୍ଚଭୂତରେ ଲୀନ ହେଲେ ତ୍ରିଲୋଚନ କାନୁନଗୋ । କଟକ ଜିଲ୍ଲା ଅଡ଼ସପୁର ବଡ଼ମୁଳେଇ ଜନ୍ମ ସ୍ଥାନରେ ରାଷ୍ଟ୍ରିୟମର୍ଯ୍ୟାଦା ସହ ବିଶାଳ ଜନସମାଗମ ମଧ୍ୟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ଏକମାତ୍ର ପୁଅ ଶୁଭଦର୍ଶନ କାନୁନଗୋ ତାଙ୍କୁ ମୁଖାଗ୍ନୀ ଦେଇଛନ୍ତି। ଏହି ଅବସରରେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ, ଜିଲ୍ଲାପାଳ ଡ଼ଃ. ଭବାନୀ ଶଙ୍କର ଚୟନୀଙ୍କ ସମେତ ତ୍ରିଲୋଚନଙ୍କୁ ଶହ ଶହ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ସ୍ୱର୍ଗତ କାନୁନଗୋ ୨୩ ଦିନ ଧରି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ସକାଳ ୭ଟାରେ ତାଙ୍କର ଦେହାନ୍ତ ହୋଇଥିଲା । ଗତକାଲି ତାଙ୍କ ମରଶରୀରକୁ ଅଡ଼ସପୁର ସ୍ଥିତ ଉଦୟନାଥ କଲେଜରେ ରଖାଯାଇଥିଲା । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।