ନୂଆଦିଲ୍ଲୀ, ୧୧/୧୦ : ଦିଲ୍ଲୀ ବିସ୍ଫୋରଣରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସବୁ ଦିଗରୁ ତଦନ୍ତ ହେବ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସୁରକ୍ଷା ସ୍ଥିତି ନେଇ ଆଜି ଗୃହ ମନ୍ତ୍ରାଳୟର ଗୁରୁତ୍ବପୂଣ୍ଣ ବୈଠକ । ଶାହ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଘଟଣା ଘଟିବାର ୧୦ ମିନିଟ୍ ମଧ୍ୟରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଏବଂ ସ୍ବତନ୍ତ୍ର ଶାଖାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନଏସଜି, ଏନଆଇଏ ଏବଂ ଏଫଏସଏଲ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାରେ ମୁଁ ଦିଲ୍ଲୀ ପୁଲିସ କମିସନର ଏବଂ ସ୍ବତନ୍ତ୍ର ବ୍ରାଞ୍ଚ୍ ପ୍ରଭାରୀଙ୍କ ସହ କଥା ହୋଇଛି । ବିସ୍ଫୋରଣ ଘଟଣାର ସମସ୍ତ ଦିଗରୁ ତଦନ୍ତ କରାଯିବ ବୋଲି ଶାହ କହିଛନ୍ତି । ଦିଲ୍ଲୀ ବିସ୍ଫୋରଣ ସଂକ୍ରାନ୍ତରେ ଗଣମାଧ୍ୟମରେ ଟିପ୍ପଣୀ ରଖିବାପରେ ଶାହ ଲୋକ ନାରାୟଣ ଜୟ ପ୍ରକାଶ ହସ୍ପିଟାଲରେ ପହଞ୍ଚିଥିଲେ । ହସ୍ପିଟାଲରେ ଆହତଙ୍କୁ ଭେଟିବାପରେ ଶାହ ଦିଲ୍ଲୀ ପୁଲିସ କମିସନର ସତୀଶ ଗୋଲଚା ଏବଂ ଅନ୍ୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଶାହ ମଧ୍ୟ ବିସ୍ଫୋରଣ ସ୍ଥଳ ପରିଦର୍ଶନ କରିଛନ୍ତି ।