କୋଇଲା ଖଣିରେ ଧସେଇ ପସିଲା ପାଣି : ଜୀବନ ସହ ସଂଘର୍ଷ କରୁଛନ୍ତି ଶ୍ରମିକ

0

ନୂଆଦିଲ୍ଲୀ, ୦୭/୦୧ : ଆସାମର କୋଇଲା ଖଣିରେ ହଠାତ୍ ପାଣି ଧସେଇ ପସିବାରୁ କୋଇଲା ଖଣିରେ କାମ କରୁଥିବା ଶ୍ରମିକ ମାନେ ଖଣିରେ ଫସି ରହିଛନ୍ତି। ଘଟଣାର ଭୟାବହତାକୁ ଦୃଷ୍ଟିରେ ରଖି ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା, ଡିସି, ଏସପି ପ୍ରଭୃତି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ୯ ଜଣ ଶ୍ରମିକ କୋଇଲା ଖଣିରେ ଫସି ରହିଛନ୍ତି। ବର୍ତ୍ତମାନ ଏନଡିଆରଏଫ ଏବଂ ଏସଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବାବେଳେ ଏଥିରେ ସହଯୋଗପାଇଁ ସେନା ପକ୍ଷରୁ ସହାୟତା ଲୋଡିଛନ୍ତି ହେମନ୍ତ ବିଶ୍ୱ ଶର୍ମା। ଖଣିରେ କୋଇଲା ସଂଗ୍ରହ କାର୍ଯ୍ୟ ଚାଲୁଥିବାରୁ ଖଣିରେ ଅନେକ ଶ୍ରମିକ ଫସି ରହିଛନ୍ତି ବୋଲି ଅଧିକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣା ଦିମା ହସାଓ ଜିଲ୍ଲାର ଉମରଙ୍ଗସୁର ଠୁ ୩ କିଲୋମିଟର ଦୁରରେ ଥିବା ଆସାମ କୋଇଲା ଖଣିରେ ଘଟିଛି। ଖଣି କର୍ମଚାରୀ ମାନଙ୍କ ଅନୁସାରେ ଖଣି ଭିତରେ ପ୍ରାୟ ୧୫ ଜଣ କର୍ମଚାରୀ କାମ କରୁଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଖଣି ମଧ୍ୟକୁ ପାଣି ଏତେ ଜୋରରେ ଧସେଇ ପସିଥିଲା ଯେ ଶ୍ରମିକମାନଙ୍କୁ ଖଣିରୁ ବାହାରକୁ ବାହାରିବାକୁ ସମୟ ବି ମିଳି ନଥିଲା। ସେ କହିଛନ୍ତି ଯେ ସ୍ଥାନୀୟ ଅଧିକାରୀ, ଜରୁରୀକାଳୀନ ଅଧିକାରୀ ଏବଂ ଖଣି ବିଶେଷଜ୍ଞଙ୍କ ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

Leave A Reply

Your email address will not be published.