ବିମାନରେ ପରିସ୍ରା ଘଟଣା:  ଏୟାର ଇଣ୍ଡିଆ ଉପରେ ୩୦ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପରିସ୍ରା ଘଟଣା ପାଇଁ ଡିଜିସିଏ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଜୋରିମାନା ଲଗାଇଛି । ସୂଚନାନୁଯାୟୀ ଡିଜିସିଏ ପାଇଲଟଙ୍କ ଲାଇସେନ୍ସକୁ ୩ ମାସ ପାଇଁ ସ୍ଥଗିତ ମଧ୍ୟ କରାଯାଇଛି । ଏହି ସମୟରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କ ପରାମର୍ଶଦାତା କହିଛନ୍ତି ଯେ ତାଙ୍କ ଉପରେ ଚାରି ମାସର ପ୍ରତିବନ୍ଧକ ତ୍ରୁଟିପୂର୍ଣ୍ଣ ।

ପ୍ରକାଶଥାଉକି ଏୟାର ଇଣ୍ଡିଆ ଦ୍ୱାରା ଏକ କମିଟି ଗଠନ କରାଯାଇଥିଲା ଯେଉଁଥିରେ ଶଙ୍କରଙ୍କୁ ଏହି ବିମାନ ଉଡ଼ାଣରେ ୪ ମାସ ଯାତ୍ରା କରିବାକୁ ବାରଣ କରାଯାଇଥିଲା । ଅଭିଯୁକ୍ତ ଶଙ୍କର ମିଶ୍ରଙ୍କ ଓକିଲ ଅକ୍ଷତ ବାଜପେୟୀ ବିମାନର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅକ୍ଷତ କହିଛନ୍ତି ଯେ କମିଟିର ନିଷ୍ପତ୍ତିରେ ତାଙ୍କ ଗ୍ରାହକ ଶଙ୍କର ଏକମତ ନୁହଁନ୍ତି । ଆମେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

SBI AD