ନୂଆଦିଲ୍ଲୀ, ୨୮/୦୪ : ଆଇପିଏଲ୍ ୨୦୨୫ର ୪୫ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୫୪ ରନରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି। ଦଳ କ୍ରମାଗତ ପଞ୍ଚମ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ଲକ୍ଷ୍ନୌ ଦଶମ ମ୍ୟାଚ୍ରୁ ପଞ୍ଚମ ପରାଜୟ ଭୋଗିଛି। ଲକ୍ଷ୍ନୌକୁ ହରାଇ ମୁମ୍ବାଇ ମଧୁର ପ୍ରତିଶୋଧ ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୧୫ ରନର ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ ରିୟାନ ରିକଲଟର ୫୮ ରନ ଓ ସୂର୍ଯ୍ୟକୁମାର ଯାଦବ ୫୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଜବାବରେ ଲକ୍ଷ୍ନୌ ୧୬୧ ରନ କରି ପାରିଛି। ଦଳର କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଯଶପ୍ରୀତ ବୁମରା ଘାତକ ବୋଲିଂ କରି ୨୨ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଟେଣ୍ଟ ବୋଲ୍ଟଙ୍କୁ ୩ ଓ୍ଵିକେଟ୍ ମିଳିଛି।
ଋଷଭ ପନ୍ତ ନିଜର ଖରାପ ଫର୍ମ ବଜାୟ ରଖି ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ। ମିଚେଲ୍ ମାର୍ଶ ୩୪ ରନ କରିଥିଲେ ହେଁ ଇନିଂସ ଆଗକୁ ବଢାଇ ପାରି ନ ଥିଲେ। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଲକ୍ଷ୍ନୌ ବିଜୟଠୁ ଦୂରେଇ ଯାଇଥିଲା। ବିଶେଷ କରି ୧୬ତମ ଓଭରରେ ବୁମରା ୩ ଓ୍ଵିକେଟ୍ ନେଇ ଲକ୍ଷ୍ନୌକୁ ପରାଜୟ ମୁହଁକୁ ଠେଲି ଥିଲେ। ଆୟୁଷ ବାଦୋନି ୩୫ ରନ କରିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା। ଆଉ ମୁମ୍ବାଇ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ଲକ୍ଷ୍ନୌ ୧୬୧ ରନରେ ଅଲଆଉଟ୍ ହୋଇଛି। ମୁମ୍ବାଇକୁ ମ୍ୟାଚ୍କୁ ୫୪ ରନରେ ଜିତି ନେଇଛି। ପ୍ରଥମ ଥର ଲିଗ୍ ପର୍ଯ୍ୟାୟରେ ମୁମ୍ବାଇ ଲକ୍ଷ୍ନୌକୁ ହରାଇବାରେ ସଫଳ ହୋଇଛି। ବୋଲିଂରେ ବୁମରା ୨୨ ରନ ଦେଇ ୪ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଟ୍ରେଣ୍ଟ ବୋଲ୍ଡ ମଧ୍ୟ ଘାତକ ବୋଲିଂ କରି ୨୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଓ୍ଵିଲ ଜ୍ୟାକ୍ସ ୨ଟି ଓ କୋର୍ବିନ ବୋତ୍ସଙ୍କୁ ଗୋଟିଏ ସଫଳତା ମିଳିଛି।