ଭୁବନେଶ୍ୱର, ୦୫/୦୫ : ରାଜଧାନୀରେ ଘଟିଛି ଲଜ୍ଜା ଜନକ ଘଟଣା । ମା’ ଓ ଝିଅଙ୍କ ଅଶ୍ଳୀଳ ଫଟୋ ଉଠାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ ପରେ ବରଗଡ଼଼ ପୋଲିସର ତଦନ୍ତ ଆରମ୍ଭ କରିଛି । ମା’ ଓ ଝିଅଙ୍କୁ ଦୁଷ୍କର୍ମ କରିଥିବା ଯୁବକଙ୍କ ନାମ ରବି ବୋଲି ଜଣାପଡ଼ିଛି। ଅଭିଯୋଗକାରିଣୀଙ୍କ ଘରେ ସହାୟକ ଭାବେ ରବି କାମ କରୁଥିଲା । ପ୍ରଥମେ ଅଭିଯୋଗକାରିଣୀଙ୍କ ଫଟୋ ଉଠାଇ ତାଙ୍କୁ ବ୍ଲାକ ମେଲିଂ କରୁଥିଲା । ପରବର୍ତ୍ତି ସମୟରେ ଅଭିଯୋଗକାରିଣୀ ଏବଂ ତାଙ୍କ ନାବାଳିକା ଝିଅର ଏକାଧିକ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଉଠାଇ ଉଭୟଙ୍କୁୁ ବ୍ଲାକମେଲିଂ କରୁଥିଲା । ଫଟୋ ଓ ଭିଡିଓ ଭାଇରାଲ କରିବା ଧମକ ଦେଇ ଉଭୟ ମା’ ଓ ଝିଅଙ୍କୁ ଦୁଷ୍କର୍ମ କରୁଥିଲା । ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ଅଭିଯୁକ୍ତ ରବି ଗିରଫ ସହ ମୋବାଇଲ ଫୋନ ଜବତ କରିଥିଲା । ଜେରା ସମୟରେ ପୋଲିସ ନିକଟରେ ଅଭିଯୁକ୍ତ ରବି ଦୋଷ ସ୍ୱୀକାର କରିଛି । ମା’ ଓ ଝିଅଙ୍କୁ ଦୁଷ୍କର୍ମ, ବ୍ଲାମମେଲିଂ ଆଦି ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି ।