ଖେଳ ପଡ଼ିଆ ଖୋଳା ବେଳେ ମିଳିଲା ବହୁ ପୁରାତନ ଖଣ୍ଡା ଓ ଯୁଦ୍ଧାସ୍ତ୍ର

ଅମ୍ବାଭୋନା: ଜେସିବି ମେସିନ ଦ୍ୱାରା ଖେଳ ପଡ଼ିଆ ଖୋଳାଯାଉଥିବା ବେଳେ ବହୁ ପୁରାତନ ଖଣ୍ଡା ଓ ବିଭିନ୍ନ ଯୁଦ୍ଧାସ୍ତ୍ର ମିଳିଛି। ଏସଂପର୍କରେ ଖବର ପାଇ ଗ୍ରାମବାସୀ ସମେତ ଆଖ ପାଖ ଗ୍ରାମର ଲୋକେ ଘଟଣାସ୍ଥଳକୁ ପହଞ୍ଚି ଉକ୍ତ ଅସ୍ତ୍ର ଗୁଡିକ ଉନ୍ଧାର କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଲେଥେର ଗ୍ରାମର ଖେଳପଡିଆ କରାଯିବା ପାଇଁ ଗ୍ରାମବାସୀ ଏକ ଜେସେବି ମାଧ୍ୟମରେ ମାଟି ଖନନ କରୁଥିଲେ। ମାଟି ଖନନ କରିବା ବେଳେ ମାଟି ତଳୁ ହଠାତ୍‌ ବହୁ ବର୍ଷର ଖଣ୍ଡା ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଥିଲା।

ଏଠାରେ ଉଲ୍ଲେଖ ଯେ ଅମ୍ବାଭୋନା ବ୍ଳକ ବାରପାହାଡ ଓ ଡେବ୍ରିଗଡ ଅଞ୍ଚଳରେ ଇଂରେଜ ଶାସନ ବେଳେ ଚୌହାନ ବଂଶଧର ଏବଂ ଗୋଣ୍ଡ ସମାଜ ପକ୍ଷରୁ ଯୁଦ୍ଧ କରିବା ପାଇଁ ଖଣ୍ଡା ଓ ବିଭିନ୍ନ ଧରୁଆ ଅସ୍ତ୍ର ବ୍ୟବହାର କରୁଥିଲେ। ଏହି ଅସ୍ତ୍ର ଗୁଡିକ ବ୍ୟବହାର ନ ହେବାରୁ କୈଣସି ବ୍ୟକ୍ତି ମାଟି ତଳେ ପୋତି ଦେଇଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି। ତେବେ ବାରପାହାଡ ଓ ଡେବ୍ରିଗଡ ଅଞ୍ଚଳକୁ ଖୋଜାଖୋଜି କଲେ ଆଉରି ପୁରାତନ ଯୁନ୍ଧ ସାମଗ୍ରୀ ମିଳିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।