ଭଦ୍ରକରେ ଅଘଟଣ , ପୋଖରୀରେ ବୁଡି ୨ ମୃତ

ଭୁବନେଶ୍ୱର, ୧୪/୦୩ : ପୋଖରୀରେ ବୁଡି ୨ ପିଲାଙ୍କ ମୃତ୍ୟୁ। ମୃତକ ହେଲେ ଭଦ୍ରକ ବାସୁଦେବପୁର ବ୍ଳକ ଅରଣ୍ଡୁଆ ମଲିକ ସାହିର ସତ୍ୟବ୍ରତ ବାରିକଙ୍କ ୧୧ ବର୍ଷର ଝିଅ ତପଦୀପା ବାରିକ ଓ ବିଜୟ ବାରିକଙ୍କ ଝିଅ ଅନ୍ନପୂର୍ଣ୍ଣା ବାରିକ। ତପଦୀପା ଓ ଅନ୍ନପୂର୍ଣ୍ଣାଦୁଇ ସାଙ୍ଗ। ଆଜି ସକାଳେ ଚାରି ପାଞ୍ଚ ଜଣ ସାଙ୍ଗ ହୋଇ ନିକଟସ୍ଥ ପୋଖରୀ ନିକଟକୁ ଖେଳିବାକୁ ଯାଇଥିଲେ। ହେଲେ ଅସାବଧାନତା ବସତଃ ପୋଖରୀରେ ଜଣେ ପଡ଼ି ଯାଇଥିଲେ। ଫଳରେ ଆଉ ଜଣେ ସାଙ୍ଗ ତାକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ପଡ଼ି ଯାଇଥିଲା। ପାଖରେ ଥିବା ଅନ୍ୟମାନେ ଗାଁ ଲୋକଙ୍କୁ ଡାକ ପକାଇବା ସହ ପରିବାର ଲୋକଙ୍କୁ କହିଥିଲେ। ହେଲେ ଗାଁ ଲୋକ ପହଞ୍ଚିଲାବେଳକୁ ପୋଖରୀରେ ଭାସୁଥିବା ବେଳେ ଜଣକୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଅନ୍ୟ ଜଣେ ନମିଳିବାରୁ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ପୋଖରୀ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଅନ୍ୟ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।