ଭୁବନେଶ୍ୱର : ଗ୍ରାହକମାନଙ୍କୁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରିବାର ପ୍ରତିଶ୍ରୁତିକୁ ସୁଦୃଢ଼ କରି ଏଫଡି ଉପରେ ସୁଧ ହାରକୁ ବୃଦ୍ଧି କରାଯାଇଛି ବୋଲି ଉଜ୍ଜୀବନ ଏସଏଫବିର ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଇତିରା ଡାଭିସ୍ କହିଛନ୍ତି । ଜମା ଗଠନ କରିବା ଲାଗି ଆମର ରହିଥିବା ଖୁଚୁରା ରଣନୀତି ଏବଂ ଉଦୀୟମାନ ମାକ୍ରୋ-ଇକୋନମିକ୍ ସ୍ଥିତି ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ନୂଆ ହାର ୨୦୨୨ ନଭେମ୍ବର ୫ରୁ କାର୍ଯ୍ୟକାରୀ ହୋଇଯାଇଛି ।
ଏହି ପ୍ଲାନରେ ଗ୍ରାହକମାନେ ସର୍ବନିମ୍ନ ୧୫ ଲକ୍ଷ ଟଙ୍କାରୁ ଅଧିକ ଏବଂ ୨ କୋଟି ଟଙ୍କାରୁ କମ୍ ନିବେଶ କରିପାରିବେ । ପ୍ଲାଟିନା ଏଫଡି ହେଉଛି ନନ୍-କଲେବଲ୍, ଅର୍ଥାତ ଆଂଶିକ କିମ୍ବା ପ୍ରିମାଚ୍ୟୁର ଉଠାଣ ସୁବିଧା ଏହି ସ୍କିମରେ ଉପଲବ୍ଧ ହେବ ନାହିଁ । ଏଥିରେ ନିୟମିତ ଗ୍ରାହକମାନଙ୍କ ଲାଗି ୮୦ ସପ୍ତାହ (୫୬୦ ଦିନ) ଲାଗି ୮%ର ଉଚ୍ଚ ସୁଧ ହାର, ବରିଷ୍ଠ ନାଗରିକମାନଙ୍କ ଲାଗି ୮୦ ସପ୍ତାହ (୫୬୦ ଦିନ) ଲାଗି ୮.୭୫%ର ଉଚ୍ଚ ସୁଧ ହାର ପ୍ରଦାନ କରାଯାଉଛି । ପ୍ଲାଟିନା ଏଫଡି ଉପରେ ଅତିରିକ୍ତ ୦.୨୦% ସୁଧ ମିଳିବ ।
୧୫ ଲକ୍ଷ ଟଙ୍କାରୁ ଅଧିକ ଏବଂ ୨ କୋଟି ଟଙ୍କାରୁକମ୍ ମୂଲ୍ୟର ଜମା ଉପରେ ତାହା ପ୍ରଯୁଜ୍ୟ । ଉଜ୍ଜୀବନ ଏସଏଫବି ପକ୍ଷରୁ ମାସିକ, ତ୍ରୈମାସିକ ଏବଂ ମାଚ୍ୟୁରିଟି ସୁଧ ପ୍ରଦାନ ବିକଳ୍ପ ପ୍ରଦାନ କରାଯାଉଛି । ଏହି ଟିକସ ସଂଚୟକାରୀ ଫିକ୍ସଡ ଡିପୋଜିଟ୍ ଉପରେ ପାଂଚ ବର୍ଷର ଲକ୍-ଇନ୍ ଅବଧି ରହିଛି । ଏଫଡି ଉପରେ କରାଯାଇଥିବା ସଦ୍ୟତମ ସୁଧ ବୃଦ୍ଧି ପର୍ଯ୍ୟାୟ ଉଜ୍ଜୀବନ ଏସ୍ଏଫବିକୁ ଟର୍ମ ଡିପୋଜିଟ୍ ଉପରେ ଉଚ୍ଚ ସୁଧ ହାର ପ୍ରଦାନ କରୁଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ସ୍ଥାନିତ କରିଛି ।
