ବଢ଼ିଲା ବହୁଭାଷୀ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ

ଭୁବନେଶ୍ବର: ବହୁଭାଷୀ ଶିକ୍ଷକମାନଙ୍କ ପାଇଁ ଆସିଛି ଖୁସିଖବର  । ବହୁଭାଷୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସେମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏହାଫଳରେ ସେମାନେ ମାସିକ ୫୩୭୯ ଟଙ୍କା ପାଇବେ। ଆଗରୁ ବହୁଭାଷୀ ଭାଷା ଶିକ୍ଷକମାନଙ୍କୁ ମାସିକ ପାରିଶ୍ରମିକ ବାବଦରେ ୩୨୦୦ ଟଙ୍କା ମିଳୁଥିଲା। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୨୦୦୭-୦୮ ମସିହାରେ ରାଜ୍ୟ ସରକାର ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଭିମୁଖୀ କରିବା ଓ ବିଦ୍ୟାଳୟରେ ଯୋଗଦାନ କରିବାକୁ ଉତ୍ସାହିତ କରିବା ପାଇଁ ୨୨୧ ଜଣ ବହୁଭାଷୀ  ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥିଲେ। ଏହି ଶିକ୍ଷକମାନେ ସୁନ୍ଦରଗଡ଼, କନ୍ଧମାଳ, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି ଓ ସମ୍ବଲପୁର ଆଦି ଜିଲ୍ଲାରେ କାମ କରୁଛନ୍ତି।  ସେମାନଙ୍କୁ ୨୦୨୦ ମସିହାରୁ ମାସିକ ପାରିଶ୍ରମିକ ବାବଦରେ ୩୨୦୦ ଟଙ୍କା ପ୍ରଦାନ କରାଯାଉଥିଲା।

SBI_Festive_Digital Billboard